ଶେଷ ହୋଇଛି ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା,ଆସନ୍ତା ୧୨ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବ୍‌ଡିଭିଜନ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ବାହାନାଗା, ବାଲେଶ୍ୱର ସଦର ଓ ରେମୁଣା ଦେଇ ବାତ୍ୟା ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ୧୪୦ରୁ ୧୪୫ କିଲୋମିଟର ରହିଥିଲା। ଆସନ୍ତା ୧୨ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବ୍‌ଡିଭିଜନ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମୟୂରଭଞ୍ଜରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୟସ’ ପ୍ରଭାବରେ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ଅନେକ ସ୍ଥାନରେ ଗଛପଡ଼ି ଗମନାଗମନ ବନ୍ଦ ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁରରେ ବିଶେଷ କ୍ଷୟକ୍ଷତି ହୋଇନାହିଁ।

yaas2 ଶିମିଳିପାଳର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ବୁଢ଼ାବଳଙ୍ଗରେ ଜଳସ୍ତର ବୃଦ୍ଧି ହୋଇ ଫ୍ଳାସ ଫ୍ଲଡ ହୋଇପାରେ। ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ୩ ଟି ଜିଲ୍ଲାରେ ସନ୍ଧ୍ୟା ସୁଦ୍ଧା ଗଛ ପଡିଥିବା ସ୍ଥାନ ସଫା ହୋଇଯିବ । ବିଭିନ୍ନ ସ୍ଥାନରେ ବିଦ୍ୟୁତ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଥିବା SRC ସୂଚନା ଦେଇଛନ୍ତି।

yass4

ଭଦ୍ରକ ଜିଲ୍ଲାରେ ପବନ କମିବା ପରେ ରାସ୍ତା କାମ ଆରମ୍ଭ ହୋଇଛି। ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଅଧିକ ଗଛ ଉପୁଡି ଥିବା ନଜରକୁ ଆସିଛି। ରେମୁଣା ଓ ବାହାନଗା ଅଞ୍ଚଳରେ ୪ ମିଟର ଉଚ୍ଚର ଜୁଆର ଉଠିଥିଲା। ଧୀରେ ଧୀରେ ଏହା କମିବାରେ ଲାଗିଛି। ବାଲେଶ୍ୱର ଓ କେନ୍ଦୁଝରରେ ଦୁଇ ଜଣଙ୍କ ମୃତ୍ୟୁ ଖବର ଆସିଛି। ଘଟଣାର ତଦନ୍ତ ପରେ ସବିଶେଷ ରିପୋର୍ଟ ଆସିବ ବୋଲି SRC ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.