ରାଜ୍ୟ

ସ୍କୁଲରେ ସେକେଣ୍ଡ ଟପ୍ପର କିନ୍ତୁ ଫଳ ଶୁଣିବାକୁ ନାହାନ୍ତି ଛାତ୍ର, ପରିବାର ଲୋକେ ଖୁସି ମନାଇବେ ନା ଦୁଃଖ କରିବେ

ଆଳି (କେନ୍ୟୁଜ) : ବିଧିର ବିଧାନ କେ କରିବ ଆନ। ଅର୍ଥାତ କେତେବେଳେ କାହା ସହିତ କଣ ଘଟିବ ତାହା କେହି କହି ପାରିବେନାହିଁ ଆଉ ଯାହା ହବାର ଥିବା ତାକୁ କେହି ବି ଅଟକାଇ ପାରିବେନି। ବେଳେେବେଳ ଭଗବାନ ବି ବଡ ନିଷ୍ଠୁର ବି ହୋଇଯାନ୍ତି। ଯେମିତି ଦଶମ ଶ୍ରେଣୀର ଛାତ୍ର ରୁଦ୍ର ସହିତ ହୋଇଛି। ବୁ ଧବାର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ପାଠପଢାରେ ବେଶ୍ ମନଯୋଗୀ ଛାତ୍ର ରୁଦ୍ର କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ସ୍କୁଲରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। କିନ୍ତୁ ଫଳ ଶୁଣିବାକୁ ଆଉ ଏ ଦୁନିଆରେ ନାହାନ୍ତି ରୂଦ୍ର। ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ପାରି ମକୁନ୍ଦପୁର ଗାଁ ନିକଟସ୍ଥ ଖରସ୍ରୋତା ନଦୀରେ ଗତ ରବିବାର କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ରୂଦ୍ର। ତେବେ ମୃତ୍ୟୁର ଠିକ ଗୋଟିଏ ଚାରି ଦିନ ପରେ ବାହାରିଛି ରୂଦ୍ରଙ୍କ ପରୀକ୍ଷା ଫଳ। ରୂଦ୍ର କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସ୍କୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ତେବେ ଭଲ ନମ୍ବର ରଖି ପାସ୍ କଲେ ମିଠା ବାଣ୍ଟିବେ ବୋଲି ପଇସା ସଞ୍ଚୟ କରି ରଖିଥିଲେ ରୁଦ୍ର। ହେଲେ ମିଠା ପାଇଁ ରୁଦ୍ର ସଞ୍ଚି ରଖିଥିବା ପଇସା ଓ ରୁଦ୍ର ହାତରେ ବାନ୍ଧିବାକୁ ରଖିଥିବା ରାକ୍ଷୀକୁ ଦେଖି ବାହୁନି ବାହୁନି କାନ୍ଦୁଛି ରୁଦ୍ରର ଭଉଣୀ ପାର୍ବତୀ।

ଭାଇ,ଭଉଣୀ ସାଙ୍ଗ ହୋଇ ପଢୁଥିଲେ ଗୋଟିଏ ଶ୍ରେଣୀରେ। ଭଉଣୀ ପାର୍ବତୀ ବି ପାସ୍ କରିଛି ହେଲେ ଖୁସି ମନେଇବାକୁ ପାଖରେ ନାହିଁ ଭାଇ । ପୁଅର ମାଟ୍ରିକ ଫଳାଫଳ ଦେଖି ଖୁସି ହେବେ ନା ପୁଅର ଅନୁପସ୍ଥିତିରେ ଦୁଃଖ କରିବେ ଜାଣିପାରୁନାହାନ୍ତି ପରିବାର ଲୋକେ।

Pritiparna

Recent Posts

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

20 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

46 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

57 mins ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

57 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

1 hour ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

1 hour ago