Below header

ସ୍କୁଲରେ ସେକେଣ୍ଡ ଟପ୍ପର କିନ୍ତୁ ଫଳ ଶୁଣିବାକୁ ନାହାନ୍ତି ଛାତ୍ର, ପରିବାର ଲୋକେ ଖୁସି ମନାଇବେ ନା ଦୁଃଖ କରିବେ

ଆଳି (କେନ୍ୟୁଜ) : ବିଧିର ବିଧାନ କେ କରିବ ଆନ। ଅର୍ଥାତ କେତେବେଳେ କାହା ସହିତ କଣ ଘଟିବ ତାହା କେହି କହି ପାରିବେନାହିଁ ଆଉ ଯାହା ହବାର ଥିବା ତାକୁ କେହି ବି ଅଟକାଇ ପାରିବେନି। ବେଳେେବେଳ ଭଗବାନ ବି ବଡ ନିଷ୍ଠୁର ବି ହୋଇଯାନ୍ତି। ଯେମିତି ଦଶମ ଶ୍ରେଣୀର ଛାତ୍ର ରୁଦ୍ର ସହିତ ହୋଇଛି। ବୁ ଧବାର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ପାଠପଢାରେ ବେଶ୍ ମନଯୋଗୀ ଛାତ୍ର ରୁଦ୍ର କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ସ୍କୁଲରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। କିନ୍ତୁ ଫଳ ଶୁଣିବାକୁ ଆଉ ଏ ଦୁନିଆରେ ନାହାନ୍ତି ରୂଦ୍ର। ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା।

crocodile-0କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ପାରି ମକୁନ୍ଦପୁର ଗାଁ ନିକଟସ୍ଥ ଖରସ୍ରୋତା ନଦୀରେ ଗତ ରବିବାର କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ରୂଦ୍ର। ତେବେ ମୃତ୍ୟୁର ଠିକ ଗୋଟିଏ ଚାରି ଦିନ ପରେ ବାହାରିଛି ରୂଦ୍ରଙ୍କ ପରୀକ୍ଷା ଫଳ। ରୂଦ୍ର କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସ୍କୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ତେବେ ଭଲ ନମ୍ବର ରଖି ପାସ୍ କଲେ ମିଠା ବାଣ୍ଟିବେ ବୋଲି ପଇସା ସଞ୍ଚୟ କରି ରଖିଥିଲେ ରୁଦ୍ର। ହେଲେ ମିଠା ପାଇଁ ରୁଦ୍ର ସଞ୍ଚି ରଖିଥିବା ପଇସା ଓ ରୁଦ୍ର ହାତରେ ବାନ୍ଧିବାକୁ ରଖିଥିବା ରାକ୍ଷୀକୁ ଦେଖି ବାହୁନି ବାହୁନି କାନ୍ଦୁଛି ରୁଦ୍ରର ଭଉଣୀ ପାର୍ବତୀ।

rakhi3ଭାଇ,ଭଉଣୀ ସାଙ୍ଗ ହୋଇ ପଢୁଥିଲେ ଗୋଟିଏ ଶ୍ରେଣୀରେ। ଭଉଣୀ ପାର୍ବତୀ ବି ପାସ୍ କରିଛି ହେଲେ ଖୁସି ମନେଇବାକୁ ପାଖରେ ନାହିଁ ଭାଇ । ପୁଅର ମାଟ୍ରିକ ଫଳାଫଳ ଦେଖି ଖୁସି ହେବେ ନା ପୁଅର ଅନୁପସ୍ଥିତିରେ ଦୁଃଖ କରିବେ ଜାଣିପାରୁନାହାନ୍ତି ପରିବାର ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.