Below header

ରାଫେଲର ଏ ହେଉଛନ୍ତି ପ୍ରଥମ ଭାରତୀୟ ପାଇଲଟ୍‌, କଶ୍ମୀର ନିବାସୀ ଅହମ୍ମଦ ରାଠୋର

ନୁଆଦିଲ୍ଲୀ : ବହୁ ପ୍ରତିକ୍ଷା ପରେ ଫ୍ରାନ୍ସରୁ ରାଫେଲ୍‌ ଫାଇଟର ଜେଟ୍‌ ଭାରତରେ ପହଞ୍ଚିଛି । ତେବେ ଫ୍ରାନ୍ସରୁ ଏହାର ପ୍ରଥମ ଉଡ଼ାଣ ଭରିଥିବା ପାଇଲଟ୍‌ ହେଉଛନ୍ତି ଏୟାର୍‌ କମାଣ୍ଡର ହିଲାଲ୍‌ ଅହମ୍ମଦ ରାଠୋର । ଯେ କି କଶ୍ମୀର ନିବାସୀ । ହିଲାଲ୍‌ ଏବେ ଫ୍ରାନ୍ସରେ ଭାରତ ଏୟାର୍‌ ଫୋର୍ସର ସମ୍ପର୍କ ଅଧିକାରୀ ଅଛନ୍ତି । ରାଫେଲ୍‌କୁ ଭାରତ ଆଣିବା ପରେ ଏବେ ଅହମ୍ମଦଙ୍କ ଚର୍ଚ୍ଚା କଶ୍ମୀରର ସବୁରି ମୁହଁରେ । ଆସନ୍ତୁ ଜାଣିବା କ’ଣ ରହିଛି ହିଲାଲ୍‌ଙ୍କ କ୍ୟାରିଅର୍‌ ।

ଏୟାରଫୋର୍ସରେ ହିଲାଲ୍‌ ଅହମ୍ମଦଙ୍କ କ୍ୟାରିଅର୍‌

ଭାରତୀୟ ବାୟୁସେନାରେ ହିଲାଲ୍‌ଙ୍କ କ୍ୟାରିଅର୍‌ ଅତି ଉଚ୍ଚକୋଟୀର ରହିଛି । କଶ୍ମୀରର ଅନନ୍ତନାଗରେ ଏକ ଛୋଟ ପରିବାରରେ ତାଙ୍କର ଜନ୍ମ । ତାଙ୍କର ପିତା ମୋହମ୍ମଦ ଅବ୍‌ଦୁଲ୍ଲା ରାଠୋର ଜାମ୍ମୁ-କଶ୍ମୀର ପୋଲିସ୍‌ରେ ଡେପୁଟି ଏସ୍‌ପି ଥିଲେ । ହିଲାଲ୍‌ଙ୍କର ୩ ଭଉଣୀ । ପରିବାରର ହିଲାଲ୍‌ ହେଉଛନ୍ତି ଏକମାତ୍ର ପୁଅ । ହିଲାଲ୍‌ ଜମ୍ମୁ ନାଗାରୋଟା ସୈନିକ ସ୍କୁଲ୍‌ରେ ଶିକ୍ଷା ପ୍ରାପ୍ତ କରିଛନ୍ତି । ୧୯୮୮ ମସିହା ଡିସେମ୍ବର ୧୭ରେ ସେ ବାୟୁସେନାରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ।

୧୯୯୩ରେ ଫ୍ଲାଇଟ୍‌ ଲିଫ୍ଟିଟେଣ୍ଟ୍‌ ଓ ୨୦୦୪ ରେ ଗ୍ରୁପ୍‌ କମାଣ୍ଡର ହୋଇଥିବା ବେଳେ ୨୦୧୬ରେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଏବଂ ୨୦୧୯ରେ ଏୟାର କମାଣ୍ଡର ପଦବୀକୁ ପ୍ରାପ୍ତ କରିଥିଲେ । ଖାଲି ସେତିକି ନୁହେଁ ଡିଫେନ୍ସ ସର୍ଭିସେସ୍‌ ଷ୍ଟାଫ୍‌ କଲେଜ ଓ ଆମେରିକା ଏୟାର ଓ୍ଵାର୍‌ କଲେଜରେ ମଧ୍ୟ ଗ୍ରାଜୁଏଟ୍‌ କରିଥିଲେ । ତାଙ୍କୁ ବାୟୁ ସେନା ମେଡାଲ୍‌ ସହ ବିଶିଷ୍ଟ ସେବା ମେଡାଲ୍‌ ମଧ୍ୟ ମିଳିସାରିଛି ।

hilal-ahmed.jpg-1

ସର୍ବଶ୍ରେଷ୍ଟ ପାଇଲଟ୍‌ଙ୍କ ମଧ୍ୟରେ ହିଲାଲ୍‌ଙ୍କ ନାମ

ମିରାଜ-୨୦୦୦, ମିଗ୍‌-୨୧ ଏବଂ କିରଣ ଏୟାରକ୍ରାପ୍ଟ ସଫଳତାର ସହ ଉଡ଼ାଣ କରି ପ୍ରାୟ ୩୦୦୦ ଘଣ୍ଟା ଆକାଶରେ କଟାଇଛନ୍ତି । ଏବେ ରାଫେଲ୍‌ ଜେଟ୍‌ ଉଡ଼ାଣ କରି ତାଙ୍କର ନାମ ଇତିହାସରେ ଯୋଡ଼ି ହୋଇଯାଇଛି ।

ପ୍ରକାଶଯୋଗ୍ୟ ଯେ ଭାରତ ୩୬ ଟି ରାଫେଲ୍‌ ପାଇଁ ଫ୍ରାନ୍ସ ସହିତ ୨୦୧୬ ସେପ୍ଟେମ୍ବରରେ ଚୁକ୍ତି କରିଥିଲା । ଯାହାକି ପ୍ରାଥମିକ ପର୍ଯ୍ୟାୟରେ ଭାରତ ୫ଟି ରାଫେଲ୍‌ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.