ଟ୍ବିନ ସିଟିର କରୋନା ଖବର, ରାଜଧାନୀରେ ୧୦୫, କଟକରେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ  ଭୁବନେଶ୍ବରରେ ବଢୁଛି କରେନା ସଂକ୍ରମଣ।  ଆଜି ଚିହ୍ନଟ ହୋଇଥିବା ୧୦୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୪୬ ରହିଛି ଲୋକାଲ କେସ୍। ବାକି ୫୯ ଜଣ କ୍ବାରେଣ୍ଟାଇନ କେସ୍ ରହିଛି। ଏହି କ୍ବାରେଣ୍ଟାଇନ କେସ ମଧ୍ୟରେ ଅଛନ୍ତି ନୟାପଲ୍ଲୀର ନୂଆ ସାହିର ୯ , ସହିଦ ନଗରରୁ ୬ ମହିଳା, ନୟାପଲ୍ଲୀ ଅଞ୍ଚଳର ୬, ୟୂନିଟ ୧ ମାର୍କେଟର ୩, ଆଚାର୍ଯ୍ୟ ବିହାର ବିଷେଶ୍ବର ବସ୍ତୀରୁ ୩,  ଫରେଷ୍ଟ ପାର୍କ ଅଞ୍ଚଳରୁ ୩, ନୟାପଲ୍ଲୀ N-4 ଅଞ୍ଚଳରୁ ୩, ଡମଣା ହାଇସ୍କୁଲ ନିକଟରୁ ୨, ଖଣ୍ଡଗିରି ବାରି ଅଞ୍ଚଳରୁ ୨, ବାକି ପୁରୁଣା ଭୁବନେଶ୍ବର,ରସୁଲଗଡ, ରିଜର୍ଭ ପୋଲିସ କଲୋନୀ,ଭରତପୁର, ବଡଗଡ, ଝାରପଡା, ନୟାପଲ୍ଲୀ  ସୀତାପୁର ବସ୍ତୀ, ପୁରୁଣା ଭୁବନେଶ୍ବର ର ପ୍ରଗତିନଗର, ରସୁଲଗଡ  ଜିଜିପି କଲୋନୀ,  ଫୁଲନଖରା, କଳ୍ପନା ଛକ, ଆଇଆରସି ଭିଲେଜ ଏନ-୬, ଚନ୍ଦ୍ରଶେଖରପୁର,ଖଣ୍ଡଗିରି ପିପିଏଲ କଲୋନୀ, ଚାରିନମ୍ବର ମାଛ ମାର୍କେଟ, ବରମୁଣ୍ଡା, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ, ୟୂନିଟ-୪ ଏମଏଲଏ କଲୋନୀ , ପାଣ୍ଡରାର ୨ ଜଣ,ସୁନ୍ଦରପଦା ଓ ସାଂପୁରରୁ ଜଣେ ଲଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ଲୋକାଲ  କେସ ମଧ୍ୟରେ ରହିଛନ୍ତି ୟୂନିଟ-୧ ବସ୍ତିର ୩ ଜଣ, ବରମୁଣ୍ଡା ଜଗନ୍ନାଥ ନଗରର ୨ ଜଣ, ପୁରୁଣା ଭୁବନେଶ୍ବରର ପୁରୁଣା ଗେଟ ଅଞ୍ଚଳର ୨ ଜଣ, ଜାଗମରାର ୨ ଜଣ, ଏଜି କଲୋନୀର ୩ ଜଣ ଲଖାଏଁ ଆକ୍ରାନ୍ତ। ରସୁଲଗଡ, ବରମୁଣ୍ଡା, ନୟାପଲ୍ଲୀ ଏନ-୪, ନୂଆ ଫରେଷ୍ଟ ପାର୍କ, ପୁରୁଣାଭୁବନେଶ୍ବର, ଚିନ୍ତାମଣୀଶ୍ବର, ଗଙ୍ଗନଗର, କଳିଙ୍ଗନଗର, ବିଜେବି ନଗର ପୋଖରୀପୁଟ, ଡୁମୁଡୁମା ରଘୁନାଥପୁର, ରସୁଲଗଡ, ବମିଖାଲ, ପାଣ୍ଡବ ନଗର ତାରିଣୀ ବସ୍ତି, ନିଳାଦ୍ରୀ ବିହାର, ଚକେଇସିଆଣୀ, ଭରତପୁର, ଶୈଳଶ୍ରୀ ବିହାର, ଆଇଗେଣିଆ  ଆଳଗଦୀ,ଝାରପଡା, ୟୂନିଟ-୮ ପାୱାର ହାଉସ କଲୋନୀ, ଲକ୍ଷ୍ମୀ ବିହାର ସୈନିକ ସ୍କୁଲ, ୟୂନିଟ-୫ କେଶରୀ ନଗର, ସାଲିଆ ସାହୀ ତାରିଣୀ ନଗର, କେସୁରା  ନିଳାଦ୍ରୀ ନଗର, କଳ୍ପନା ପାଣିଟାଙ୍କି ବସ୍ତି, ୟୂନିଟ-୬ କାଳୀମନ୍ଦିର, ପାଇକନଗର, ବିଜେବୀ ନଗର, ରସୁଲଗଡ ଜିଜିପି କଲୋନୀରୁ ଜଣେ ଲଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି  କଟକ ଜିଲ୍ଲାରେ ଆଜି ୯୭ କରୋନା ଆକ୍ରାନ୍ତ ଚିହଟ ହୋଇଛନ୍ତି ଏଥିରେ କେବଳ  ସିଏମସି ଅଞ୍ଚର ୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ସିଏମସି। ଏଥିରେ ୩୩ ହୋମ କ୍ବାରେଣ୍ଟାଇନ କେସ ରହିଥିବା ବେଳେ ୭ ଇଂଷ୍ଟୁଚ୍ୟୁସନାଲ କ୍ବାରେଣ୍ଟାଇନ କେସ ରହିଛି। ସେହିଭଳି ଲୋକାଲ କେସ ରହିଛି ୧୧।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.