Categories: ରାଜ୍ୟ

ଖୋଲା ଆକାଶ ତଳେ କୁମାରୀ, କେବେ ବଦଳିବ ଭାଗ୍ୟ

ଗଞ୍ଜାମ(କେନ୍ୟୁଜ୍) : ବର୍ଷବର୍ଷ ଧରି ରାସ୍ତା କଡରେ ଜୀବନ । ଖୋଲା ଆକାଶ ତଳେ ତିନିଖଣ୍ଡ ପଥର ଉପରେ ଖାଇବା ପିଇବା ଆଉ ବିଶ୍ରାମ । ସଞ୍ଜ ନଇଁଲେ ପାଖ ଘର ବାରଣ୍ଡାରେ ରାତି କଟେ । ସକାଳ ହେଲେ ପୁଣି ଚାଲି ଆସନ୍ତି ରାସ୍ତା କଡକୁ । ଏଭଳି ଜଣେ ଅସହାୟ ମହିଳା ହେଲେ କୁମାରୀ ପାଳ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କୁମାରୀ ପାଳ ୨୧ ନମ୍ବର ରାଜପଥ କଡରେ ଅସହାୟ ଭାବେ ଜୀବନ ବିତାଉଛନ୍ତି । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୪ବର୍ଷ ଧରି ଏଭଳି ଅସହାୟ ଭାବେ ପଡି ରହିଛନ୍ତି କୁମାରୀ । ପ୍ରତିଦିନ ଏହି ରାସ୍ତା ଦେଇ ଶହଶହ ସଂଖ୍ୟାରେ ଲୋକେ ଯାତାୟତ କରନ୍ତି । ହେଲେ ଆଜି ପର‌୍ୟ୍ୟନ୍ତ କୁମାରୀଙ୍କ ଉପରେ କାହାର ବି ନଜର  ପଡିନାହିଁ ।

ରାସ୍ତାକଡରେ ଥିବା ଏକ ଫଳକ ନିକଟରେ ପଡିରହିଛନ୍ତି କୁମାରୀ । ସେ ରହୁଥିବା ସ୍ଥାନଠାରୁ ବେଲଗୁଣ୍ଠା ବ୍ଲକ କାର‌୍ୟ୍ୟାଳୟର ଦୁରତା ମାତ୍ର ଅଧ କିଲୋମିଟର । ହେଲେ ଏହି ବୃଦ୍ଧାଙ୍କ ଉପରେ କାହାର ନଜର ପଡୁନାହିଁ । କୁମାରୀଙ୍କର ଏହି ସମସ୍ୟା ବେଲଗୁଣ୍ଠା ବିଡିଓଙ୍କ ଦୃଷ୍ଟିକୁ ଅଣାଯାଇଛି । ଯାହା ସାହାଯ୍ୟ ହୋଇପାରିବ କରିବେ ବୋଲି କହିଛନ୍ତି ବିଡିଓ ।

 

KNews Bureau

Recent Posts

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

29 seconds ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

26 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

37 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

54 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

1 hour ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

1 hour ago