Below header

ଖୋଲା ଆକାଶ ତଳେ କୁମାରୀ, କେବେ ବଦଳିବ ଭାଗ୍ୟ

ଗଞ୍ଜାମ(କେନ୍ୟୁଜ୍) : ବର୍ଷବର୍ଷ ଧରି ରାସ୍ତା କଡରେ ଜୀବନ । ଖୋଲା ଆକାଶ ତଳେ ତିନିଖଣ୍ଡ ପଥର ଉପରେ ଖାଇବା ପିଇବା ଆଉ ବିଶ୍ରାମ । ସଞ୍ଜ ନଇଁଲେ ପାଖ ଘର ବାରଣ୍ଡାରେ ରାତି କଟେ । ସକାଳ ହେଲେ ପୁଣି ଚାଲି ଆସନ୍ତି ରାସ୍ତା କଡକୁ । ଏଭଳି ଜଣେ ଅସହାୟ ମହିଳା ହେଲେ କୁମାରୀ ପାଳ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କୁମାରୀ ପାଳ ୨୧ ନମ୍ବର ରାଜପଥ କଡରେ ଅସହାୟ ଭାବେ ଜୀବନ ବିତାଉଛନ୍ତି । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୪ବର୍ଷ ଧରି ଏଭଳି ଅସହାୟ ଭାବେ ପଡି ରହିଛନ୍ତି କୁମାରୀ । ପ୍ରତିଦିନ ଏହି ରାସ୍ତା ଦେଇ ଶହଶହ ସଂଖ୍ୟାରେ ଲୋକେ ଯାତାୟତ କରନ୍ତି । ହେଲେ ଆଜି ପର‌୍ୟ୍ୟନ୍ତ କୁମାରୀଙ୍କ ଉପରେ କାହାର ବି ନଜର  ପଡିନାହିଁ ।

KUMARI2ରାସ୍ତାକଡରେ ଥିବା ଏକ ଫଳକ ନିକଟରେ ପଡିରହିଛନ୍ତି କୁମାରୀ । ସେ ରହୁଥିବା ସ୍ଥାନଠାରୁ ବେଲଗୁଣ୍ଠା ବ୍ଲକ କାର‌୍ୟ୍ୟାଳୟର ଦୁରତା ମାତ୍ର ଅଧ କିଲୋମିଟର । ହେଲେ ଏହି ବୃଦ୍ଧାଙ୍କ ଉପରେ କାହାର ନଜର ପଡୁନାହିଁ । କୁମାରୀଙ୍କର ଏହି ସମସ୍ୟା ବେଲଗୁଣ୍ଠା ବିଡିଓଙ୍କ ଦୃଷ୍ଟିକୁ ଅଣାଯାଇଛି । ଯାହା ସାହାଯ୍ୟ ହୋଇପାରିବ କରିବେ ବୋଲି କହିଛନ୍ତି ବିଡିଓ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.