Below header

ଏୟାରଟେଲ ୪ଜି ଫିଚର ଫୋନ ଲଞ୍ଚ କରିବା ପ୍ରସ୍ତୁତି , ଜିଓକୁ ଦେବ କଡ଼ା ଟକ୍କର

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଭାରତର ଦୂରସଂଚାର କ୍ଷେତ୍ରରେ ପାଦ ରଖିବା ପରେ ଅନ୍ୟ ସମସ୍ତ ଟେଲିକମ କମ୍ପାନି ଗୁଡ଼ିକ ଉପରେ ପଡ଼ିଥିଲା ଖୁବ ପ୍ରଭାବ । ଏହା ଦ୍ୱାରା ଅନେକ ଟେଲିକମ କମ୍ପାନି ନିଜର ସଂସ୍ଥାକୁ ବନ୍ଦ କରିବାକୁ ମଧ୍ୟ ବାଧ୍ୟ ହେଲେ । ଜିଓ ଦ୍ୱାରା ପ୍ରଭାବିତ ହୋଇଥିବା ଟେଲିକମ କମ୍ପାନି ମଧ୍ୟରେ ଭାରତୀ ଏୟାରଟେଲ ମଧ୍ୟ ସାମିଲ ରହିଛିା ଖାଲି ଏୟାରଟେଲ ନୁହଁ ଭୋଡ଼ାଫୋନ ଏବଂ ଆଇଡ଼ିଆ ମଧ୍ୟ ଏଥିପାଇଁ ଖୁବ କ୍ଷତି ସହ୍ୟ କରିଛନ୍ତା ଜିଓ ଖାଲି ସ୍ମାର୍ଟଫୋନ ଗ୍ରାହକଙ୍କୁ ନିଜର କରିଛି ତାହା ନୁହଁ ଫିଚର ଫୋନ ଗ୍ରାହକଙ୍କୁ ମଧ୍ୟ ନିଜର କରିପାରିଛି । ତେବେ ରିଲାଏନ୍ସ ଫିଚର ଫୋନକୁ ଟକ୍କର ଦେବା ପାଇଁ ଏୟାରଟେଲ ଏବେ ଲଞ୍ଚ କରିବାକୁ ଯାଉଛି ଫିଚର ଫୋନ୍‌ା ଆସନ୍ତୁ ନଜର ପକାଇବା କଣ ରହିଛି ଏହାର ଫିଚର ଏବଂ କିପରି ଦେବ ଏହା ଜିଓକୁ ଟକ୍କରା

airtel-jio

ମିଡ଼ିଆ ରିପୋର୍ଟ ମୁତାବକ , ଭାରତରେ ୧୫୦ ମିଲିୟନ ଅର୍ଥାତ୍‌ ପାଖାପାଖି ୧୫ କୋଟି ଫିଚର ଫୋନ ଗ୍ରାହକ ରହିଛନ୍ତିା ଏଣୁ ଏହି ଗ୍ରାହକଙ୍କୁ ନଜରରେ ରଖି ଏୟାରଟେଲ ନିଜର ଶସ୍ତା ଫିଚର ଫୋନ ଲଞ୍ଚ କରିବାକୁ ଯାଉଛିା ଏହି ଫୋନ ୪ଜି ଫିଚର ବିଶିଷ୍ଟ ମଧ୍ୟ ରହିବ ଯାହା ଫଳରେ ଗ୍ରାହକ ଶସ୍ତା ଏବଂ ସୁବିଧାରେ ୪ଜିର ଫାଇଦା ଉଠାଇପାରିବୋ

airtel-

ବର୍ତ୍ତମାନ ଦେଶରେ ରିଲାଏନ୍ସ ଏକ ମାତ୍ର କମ୍ପାନି ଯିଏ ୪ଜି ଭୋଲ୍ଟି ଫିଚର ଫୋନକୁ ଲଞ୍ଚ କରିଛିା ତାହା ମଧ୍ୟ ଖୁବ କମ ମୂଲ୍ୟରେ । ତେବେ ଭାରତୀ ଏୟାରଟେଲ ତାହାକୁ ଟକ୍କର ଦେବାକୁ ଚିନ୍ତା କରୁଥିବା ଜଣାପଡ଼ିଛି । ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଏୟାରଟେଲ ଗତ ବର୍ଷ ମରକ୍ଷଳକ୍ଟଦ୍ଭ ସହ ମିଶି ୧୩୪୯ ଟଙ୍କାରେ ସ୍ମାର୍ଟଫୋନ ଲଞ୍ଚ କରଥିଲା । ଯାହାକୁ ସେ ମେରା ପେହେଲା ସ୍ମାର୍ଟଫୋନ ଯୋଜନାରେ ଲଞ୍ଚ କରିଥିଲାା ଏହି ଅଫରର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ୨,୮୭୯ ଟଙ୍କାର ଡାଉନପେମେଣ୍ଟ ଦେବାକୁ ପଡ଼ୁଥିଲାା ଯାହାପରେ ୩୬ ମାସ ପାଇଁ ୧୬୯ ଟଙ୍କା ରିଚାର୍ଜ କରିବାକୁ ପଡ଼ୁଥିଲାା ଖାଲି ତାହା ନୁହଁ ଏଥିରେ ଗ୍ରାହକଙ୍କୁ ୧୮ ମାସ ପରେ ୫୦୦ ଟଙ୍କାର କ୍ୟାସବ୍ୟାକ୍‌ ଏବଂ ୩୬ ମାସ ପରେ ୧୦୦୦ ଟଙ୍କାର କ୍ୟାସବ୍ୟାକ୍‌ ମଳୁଥିଲା । ଏହି ଭାବେ ଗ୍ରାହକଙ୍କୁ ୧୫୦୦ଟଙ୍କାର ସଂପୂର୍ଣ୍ଣ କ୍ୟାସବ୍ୟାକ ମିଳିଯାଉଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.