Below header

ମଣିଷ ନୁହଁ ଇଏ ରାକ୍ଷାସ : ଏମିତି ଜଣେ ହତ୍ୟାକାରୀ ଯିଏ ଏକାସାଙ୍ଗରେ ୨୫୦ ଜଣଙ୍କୁ କରିଥିଲେ ହତ୍ୟା

ଦୁନିଆରେ ଏପରି କିଛି ବ୍ଯକ୍ତି ଅଛନ୍ତି ଯାହାଙ୍କ ବିଷୟରେ ଶୁଣିବା ମାତ୍ରେ ମନୁଷ୍ଯଙ୍କ ଉପରୁ ବିଶ୍ବାସ ଉଠିଯାଏ । ସେମାନେ ମନୁଷ୍ଯ ରୁପରେ ପାଲଟି ଯାଆନ୍ତି ରାକ୍ଷସ। ତାଙ୍କୁ ଜାଣିବା ପରେ  ଲୋକ ତାଙ୍କୁ ଭୟ ଏବଂ ଘୃଣା କରିଥାନ୍ତି । ଆପଣ ବିଶ୍ବାସ କରିପାରିବେ ନାହିଁ ,କିନ୍ତୁ ଇତିହାସରେ ଏମିତି ଅନେକ ସିରିଏଲ କିଲର ରହିଛନ୍ତି। ଯାହାଙ୍କ ବିଷୟରେ ଶୁଣି ଲୋକେ ସ୍ତବ୍ଧ ହୋଇଯାଆନ୍ତି । ଆଜି ଆମେ ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ।

ଇତିହାସର ରାକ୍ଷାସ ଭାବେ ଜଣାଯାଉଥିବା ବ୍ଯକ୍ତିଙ୍କ ନାମ ହାରେଲ୍ଡ ସିପମେନ। ତାଙ୍କୁ ‘ଦି ଏଞ୍ଜେଲ ଅଫ ଡେଥ’ କିମ୍ବା ‘ଡାକ୍ତର ଡେଥ’ ନାମରେ ପରିଚିତ | ଲୋକେ ତାଙ୍କ ନାଁ ଶୁଣି ମଧ୍ୟ ଆତଙ୍କିତ ହେଉଯାଉଥିଲେ | ଯେଉଁଥିପାଇଁ ଲୋକେ ତାଙ୍କ ମଧ୍ୟ ଶୁଣିବାକୁ ପସନ୍ଦ କରିନଥିଲେ |

killer

କିଏ ସେ ବ୍ଯକ୍ତି :

୧୯୪୬ ମସିହା ଜାନୁଆରୀ ୧୪ ତାରିଖରେ ଇଂଲଣ୍ଡର ନାଟିଘାମରେ ହାରେଲ୍ଡ ସିପମେନ ଜନ୍ମ ହୋଇଥିଲେ | ୧୯୭୦ ମସିହାରେ ସେ ଡାକ୍ତରତା ଅଭ୍ୟାସ ଆରମ୍ଭ କରିଥିଲେ | ଡାକ୍ତରତା ଅଭ୍ୟାସ ବେଳେ ତାଙ୍କ ମୁଣ୍ଡକୁ ଭୁତ ଚଢ଼ିଗଲା | ସେ ରୋଗୀଙ୍କୁ ହତ୍ୟା କରିବା ଆରମ୍ଭ କରିଦେଇଥିଲେ | ରୋଗୀଙ୍କୁ ହତ୍ୟା କରିବା ପାଇଁ ସେ ରୋଗୀଙ୍କୁ ଅଧିକ ମାତ୍ରାରେ ଅଫିମ ଦେଇଦେଉଥିଲେ | ଯାହାଫଳରେ ରୋଗୀ ମରିଯାଉଥିଲେ | କିନ୍ତୁ ରୋଗୀ ମୃତ୍ୟୁର କାରଣ ଜଣାପଡୁନଥିଲା |

ସୂଚନାଯୋଗ୍ୟ ଯେ, ହାରେଲ୍ଡ ସିପମେନ ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ହତ୍ୟା କରୁଥିଲେ | ହତ୍ୟା ପରେ ସେ ସମସ୍ତଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହେଉଥିଲେ | ଏକ ଗଣନା ଅନୁଯାୟୀ ୧୯୯୮ ମସିହା ପର୍ଯ୍ୟନ୍ତ ସେ ୨୫୦ ଜଣଙ୍କୁ ହତ୍ୟା କରିସାରିଥିଲେ | ଯେଉଁଥିରେ ଅଧିକ ସଂଖ୍ୟକ ମହିଳା ସାମିଲ ଥିଲେ |

serial killer

କୁହାଯାଏ ଯେ, ହାରେଲ୍ଡ ସିପମେନଙ୍କ ମା’ଙ୍କୁ ଫୁସଫୁସ କ୍ୟାନସର ହୋଇଥିଲା | କ୍ୟାନସର ଯୋଗୁଁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା | ମା’ଙ୍କ ମୃତ୍ୟୁ ପରେ ହାରେଲ୍ଡ ଗଭୀର ଆଘାତ ପାଇଥିଲେ | ଯେଉଁଥିପାଇଁ ସେ ହତ୍ୟାକାରୀ ସାଜି ଯାଇଥିଲେ | ୧୯୯୮ ମସିହା ଜୁନ ୨୪ ତାରିଖରେ ଜଣେ ୮୧ ବର୍ଷ ବୟସ୍କା ମହିଳାଙ୍କ ହତ୍ୟା କରିଥିଲେ ହାରେଲ୍ଡ | ମହିଳାଙ୍କ ମୃତ୍ୟୁ ପରେ ହାରେଲ୍ଡଙ୍କ ଜଘନ୍ୟ ଅପରାଧ ଲୋକଙ୍କ ସାମ୍ନାକୁ ଆସିଥିଲା |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.