ସାଜିଦ୍ ଖାନଙ୍କ ବଢ଼ିଲା ଚିନ୍ତା , ମି-ଠୁ ପରେ ଏବେ ଆଇଏଫଟିଡ଼ିଏରୁ ହେଲେ ନିଲମ୍ବିତ

ମୁମ୍ବାଇ : ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ପୁଣି ବଡ଼ ଝଟକା। ମି ଠୁ ବିବାଦରେ ଛନ୍ଦି ହୋଇଥିବା ସାଜିଦଙ୍କୁ ଏବେ ଇଣ୍ଡିୟାନ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନରୁ ନିଲମ୍ବିତ କରାଯାଇଛି। ସାଜିଦଙ୍କୁ ଏନେଇ ଆଇଏଫଟିଡିଏରୁ ନୋଟିସ୍ ଦିଆଯାଇଛି। ସାଜିଦଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ କରାଯାଉଛି ଓ ICC କମିଟି ଏକ ବର୍ଷ ଯାଏ ସାଜିଦଙ୍କୁ ନିଲମ୍ବିତ କରିଛି ବୋଲି ଆଇଏଫଟିଡିଏର ପ୍ରବକ୍ତା ସୂଚନା ଦେଇଛନ୍ତି।

sajid

 

ସାଜିଦଙ୍କ ବିରୋଧରେ ଆକ୍ଟଟ୍ରେସ ସିମରନ ସୁରୀ, ସଲୋନି ଚୋପ୍ରା ଓ ଅହାନା କୁମରାଙ୍କ ସମତେ ବହୁତ ମହିଳା ଯୌନ ଶୋଷଣର ଅଭିଯୋଗ କରିଥିଲେ। ଯାହା ପରେ ତାଙ୍କ ଫିଲ୍ମ ହାଉସଫୁଲର ସୁଟିଂ ମଧ୍ୟ ଅଧାରେ ରହିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.