Below header

ଏହି ବିରଳ ରେକର୍ଡ କରିବାରେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଯୁବରାଜ୍ , ବଡ଼ ବଡ଼ ଖେଳାଳି ବି ତାଙ୍କ ଆଗରେ ଜିରୋ

କ୍ରିକେଟ୍ ମୈଦାନରୁ ଯଦିଓ ଦୂରରେ ଅଛନ୍ତି କିନ୍ତୁ ଆଜି ବି ନିଜ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି ଯୁବରାଜ୍ ସିଂହ । ନିଜ ରାସ୍ତାରେ ଆସିଥିବା ସମସ୍ତ ବାଧାବିଘ୍ନ ଉପରେ ବିଜୟ କରିଛନ୍ତି ଯୁବରାଜ୍ । ଆଉ ଆଜି ଏହି ଫାଇଟର୍ ୩୭ ବର୍ଷରେ ଦେଇଛନ୍ତି ପାଦ ।

ବିଶ୍ବର ସବୁଠାରୁ ବିପଦଜନକ ବ୍ୟାଟ୍ସମ୍ୟାନ୍ ଭାବରେ ପ୍ରସିଦ୍ଧ ଯୁବରାଜ୍ । ଯୁବରାଜଙ୍କ ନାଁରେ ଏମିତି ଏକ ରେକର୍ଡ ଆଜି ବି କାଏମ୍ ଅଛି ଯାହାକୁ କୌଣସି ବ୍ୟାଟ୍ସମ୍ୟାନ୍ ଭାଙ୍ଗିପାରିନାହାଁନ୍ତି ।

୨୦୦୭ରେ ଇଂଲଣ୍ଡ ବିରୋଧରେ ଖେଳାଯାଇଥିବା ଟି ୨୦ରେ ବୋଲର୍ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ବଲରେ ୬ଟି ଛକା ମାରିଥିଲେ । ୧୧ ବର୍ଷ ପୂର୍ବେ ଏହି ରେକର୍ଡ କରିଥିଲେ ଯୁବରାଜ । ଏହା ସହ ସେହିଦିନ ଆଉ ଏକ ରେକଡର୍ ନିଜ ନାଁରେ କରିଥିଲେ ଯାହାକୁ ଆଜି ଯାଏଁ କେହି ଭାଙ୍ଗି ପାରିନାହାଁନ୍ତି । ଖାସ୍ କଥା ହେଉଛି ଏହି କମାଲ୍ ଦୁନିଆର ଆଉ କୌଣସି ଖେଳାଳି କରି ହିଁ ପାରିବେନି ।

ପ୍ରକୃତ କଥା ହେଉଛି ଯୁବରାଜ୍ ଅନ୍ତରାଷ୍ଟ୍ରିୟ ଟି ୨୦ ମ୍ୟାଚରେ ୬ଟି ବଲରେ ୬ଟି ଛକା ଲଗାଇଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ । ଯଦିଓ ଯୁବରାଜଙ୍କ ପରେ ଅନେକ ଖେଳାଳି ଟି ୨୦ କ୍ରିକେଟରେ ଏହି ଚମତ୍କାର କରିଛନ୍ତି । କିନ୍ତୁ ସେସବୁ କୌଣସି ଅନ୍ତରାଷ୍ଟ୍ରିୟ କ୍ରିକେଟରେ ନୁହେଁ ବରଂ ଘରୋଇ ମ୍ୟାଚରେ କରିଛନ୍ତି ।

ଦେଖନ୍ତ ଯୁବରାଜଙ୍କ ସେହି କିର୍ତ୍ତୀମାନ୍ :

କେବଳ ୬ ଟି ବଲରେ ୬ଟି ଛକା ମାରିବା ରେକର୍ଡ କରିନାହାଁନ୍ତି ଯୁବରାଜ୍ । ଏହା ସହ ଏହି ଟି ୨୦ ଅନ୍ତରାଷ୍ଟ୍ରିୟ ମ୍ୟାଚରେ ମାତ୍ର ୧୨ଟି ବଲରେ ଅର୍ଦ୍ଧଶତକ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଥିଲେ ଯୁବରାଜ୍ । ଆଉ ଯୁବରାଜଙ୍କ ଏହି କିର୍ତ୍ତୀମାନ୍ ଆଜି ଯାଏଁ କେହି ଭାଙ୍ଗି ପାରି ନାହାଁନ୍ତି ।

ତେବେ ଯୁବରାଜ ଏବଂ ତାଙ୍କ ପ୍ରଶଂସକଙ୍କୁ ସେତେବେଳେ ଝଟକା ଲାଗିଥିଲା ଯେତେବେଳେ ତାଙ୍କୁ କ୍ୟାନ୍ସର ହୋଇଥିବା ସାମ୍ନାକୁ ଆସିଥିଲା । ଏହି ଘଟଣା ୨୦୧୧ ବିଶ୍ବକପ୍ ପରେ ଜଣା ପଡିଥିଲା । କିନ୍ତୁ ଯୁବରାଜ୍ ହାର୍ ମାନି ନଥିଲେ । ଆଉ କ୍ୟାନ୍ସରକୁ ହରାଇଥିଲେ ଏହି ଫାଇଟର୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.