ଆଜି ବର ସାଜିବେ କମେଡ଼ି କିଙ୍ଗ୍, ବିବାହ ପୂର୍ବରୁ ସୋସିଆଲ ମିଡ଼ିଆରେ କରୁଛନ୍ତି ଟ୍ରେଣ୍ଡ

ମୁମ୍ବାଇ : ଚଳିତ ବର୍ଷ କହିବାକୁ ଗଲେ ବିଟାଉନରେ ବିବାହ ଋତୁ ଚାଲିଛି। ରଣବୀର-ଦୀପିକାଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଟ୍ରେଣ୍ଡରେ ଏବେ ସାମିଲ ହୋଇଛନ୍ତି କମେଡ଼ି କିଙ୍ଗ କପିଲ ଶର୍ମା। କିଛି ଦିନ ହେବ ତାଙ୍କର ବିବାହର ବିଭିନ୍ନ ରୀତିନୀତି ଆରମ୍ଭ ହୋଇଛି । ଯାହାର ଭିଡ଼ିଓ ଏବଂ ଫଟୋ ବହୁ ମାତ୍ରାରେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି।

kapil jagran

ଆଜି କପିଲ ତାଙ୍କ ବହୁ ସମୟର ପ୍ରେମିକା ଗିନ୍ନି ଚତରଥଙ୍କୁ ଅମୃତସରରେ ନିଜର ଜୀବନସାଥି କରିବାକୁ ଯାଉଛନ୍ତି। ଏଥିସହ ୨୪ଡିସେମ୍ବରରେ ତାଙ୍କର ରିସେପସନ୍ ହେବାକୁ ଯାଉଛି। ତେବେ ବିବାହ ପୂର୍ବ ଉତ୍ସବ ଗତ ୩ ତାରିଖରୁ ଆରମ୍ଭ ହୋଇଛି।
ଦୁଇ ଦିନ ପୂର୍ବେ ଅର୍ଥାତ୍ ୧୦ ଡିସେମ୍ବର ଦିନ କପିଲ ତାଙ୍କ ଘରେ ଜାଗରଣ ରଖିଥିଲେ। ଯେଉଁଥିରେ ଅଭିନେତା କୃଷ୍ଣା ଅଭିଶେକ, ସୁମୋନା ଚକ୍ରବର୍ତ୍ତି, ରାଜୀବ ଶର୍ମା ଆଦି ସାମିଲ ହୋଇଥିଲେ। ଏହା ଛଡ଼ା ଗାୟିକା ରିଚା ଶର୍ମା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ତେବେ ଏନେଇ ଅନେକ ଭଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

 

View this post on Instagram

 

#kapilsharmawedding #function #kapilkishadi #SudeshLehri #bhartisingh

A post shared by Mani Lehri (@manilehri) on

You might also like