ଟେକ୍

Samsung Galaxy A32କୁ କମ୍‌ ଦାମ୍‌ରେ କିଣିବାର ମଉକା, ଡେରି ନ କରି ଆଜି ହିଁ ଉଠାନ୍ତୁ ଅଫରର୍‌ ଲାଭ

Samsung ଗତ ମାସରେ ହିଁ ଭାରତୀୟ ବଜାରରେ ନିଜର A ସିରିଜ୍‌ ଅଧୀନରେ Samsung Galaxy A32 ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଥିଲା। ଯଦି ଆପଣ ଏହି ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି, ତ କହି ରଖୁଛୁ, ନିଜର ପ୍ରକୃତ ଦାମ୍‌ଠୁ ବହୁତ କମ୍‌ ମୂଲ୍ୟରେ ଏହି ସ୍ମାର୍ଟଫୋନ୍‌କୁ କିଣାଯାଇ ପାରିବ। କମ୍ପାନୀ Samsung Galaxy A32 ସହିତ କିଛି ଆକର୍ଷକ ଅଫର କମ୍ପାନୀର ଅଫିସିଆଲ େଓ୍ଵବ୍‌ସାଇଟରେ ଘୋଷଣା କରିଛି, ଯାହାର ଲାଭ ୟୁଜରମାନେ ଉଠାଇ ପାରିବେ।

ମିଳିବ ଏହି ସବୁ ଅଫରର ଲାଭ

କମ୍ପାନୀର େଓ୍ଵବ୍‌ସାଇଟରେ ସୂଚନା ଦିଆଯାଇଛି କି, ୟୁଜରମାନେ Samsung Galaxy A32 ସ୍ମାର୍ଟଫୋନ୍‌ରେ ୧,୫୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ କ୍ୟାଶବ୍ୟାକ୍‌ ପ୍ରାପ୍ତ କରିପାରିବେ। ଏହାଛଡ଼ା ୟୁଜରଙ୍କୁ HDFC କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ ଏବଂ ଇଏମ୍‌ଆଇ ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ୧,୫୦୦ ଟଙ୍କାର କ୍ୟାଶବ୍ୟାକ୍‌ ମିଳିବ।
ଏତିକି ନୁହେଁ, ସ୍ମାର୍ଟଫୋନ୍‌କୁ No Cost EMI ସହିତ ହିଁ କିଣାଯାଇ ପାରିବ। ଏହି ସବୁ ଅଫରର ଲାଭ ଉଠାଇ ୟୁଜରମାନେ ଏହି ସ୍ମାର୍ଟଫୋନ୍‌କୁ କେବଳ ୧୮,୯୯୯ ଟଙ୍କାରେ କିଣିପାରିବେ, ଯେତେବେଳେ କି ଏହାର ପ୍ରକୃତ ମୂଲ୍ୟ ରହିଛି ୨୧,୯୯୯। ଏହା Awesome Black, Awesome White, Awesome Blue ଏବଂ Awesome Violet କଲର୍‌ ଅପଶନରେ ଉପଲବ୍ଧ।

Samsung Galaxy A32ର ଖାସ୍‌ ଫିଚର୍ସ

Android 11 OS ଉପରେ ଆଧାରିତ Samsung Galaxy A32ରେ ୬.୪ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍‌ ଏମୋଲେଡ୍‌ ଡିସ୍‌ପ୍ଲେ ଦିଆଯାଇଛି, ଯାହାକି 90Hz ରିଫ୍ରେଶ ରେଟ୍‌ ସହିତ ଆସିଥାଏ। ଏହି ସ୍ମାର୍ଟଫୋନ MediaTek Helio G80 ପ୍ରୋସେସର ସହିତ ଉପଲବ୍ଧ, ଯେଉଁଥିରେ 6GB ର‍୍ୟାମ୍‌ ସହିତ 128GB ଇଣ୍ଟରନାଲ ମେମୋରୀ ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଏଥିରେ କ୍ୱାଡ୍‌ ରିୟର କ୍ୟାମେରା ସେଟ୍‌ଅପ ରହିଛି। ଫୋନ୍‌ର ପ୍ରାଇମେରୀ ସେନ୍ସର 64MP। ଏଥିରେ 8MPର ଅଲଟ୍ରା ଓ୍ଵାଇଡ୍‌ ଆଙ୍ଗଲ୍‌ ଲେନ୍ସ, 5MPର ମାକ୍ରୋ ଶୁଟର ଏବଂ 5MPର ଡେପ୍‌ଥ ସେନ୍ସର ଦିଆଯାଇଛି। ଫୋନ୍‌ରେ ସେଲ୍ଫି ପାଇଁ 20MPର ଫ୍ରଣ୍ଟ କ୍ୟାମେରା ରହିଛି। ପାଓ୍ଵାର ବ୍ୟାକଅପ୍‌ ପାଇଁ 5,000mAhର ବ୍ୟାଟେରୀ ଚାର୍ଜ ଦିଆଯାଇଛି।

Roshni

Recent Posts

ଶୁନଶାନ୍‌ ରାତିରେ ମନ୍ଦିରରେ ଘଣ୍ଟି ବଜାଇଲା ଭାଲୁ

ଜୟପୁର (କେନ୍ୟୁଜ) : ଏତେ ରାତିରେ କିଏ ବଜାଉଥିଲା ଘଣ୍ଟି । ରାତିରେ ନ ଶୋଇ ଏମିତି କିଏ ଘଣ୍ଟି…

24 mins ago

ବିରାଟଙ୍କ ଟିମ୍‌ ହାରିଯିବା ପରେ ଦୁଃଖରେ ଭାଙ୍ଗିପଡିଲେ ଅନୁଷ୍କା ଶର୍ମା, ଲୋକ କହିଲେ ‘ସବୁବେଳେ ସପୋର୍ଟ କରନ୍ତି’

ବିରାଟ କୋହଲିଙ୍କୁ ସପୋର୍ଟ କରିବା ପାଇଁ ଅନୁଷ୍କା ଶର୍ମା ସବୁବେଳେ ମ୍ୟାଚ ଦେଖିବାକୁ ପହଞ୍ଚିଯାଆନ୍ତି । ଖାସ୍‌ କରି ଆଇପିଏଲ…

40 mins ago

ବେଙ୍ଗାଲୁରୁର ୩ ବଡ଼ ହୋଟେଲକୁ ବୋମା ଧମକ, ପରିସରରେ ଚାଲିଛି ଛାନ୍‌ଭିନ୍‌

କେବଳ ଦିଲ୍ଲୀ ନୁହେଁ, କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ବିଳାସମୟ ହୋଟେଲଗୁଡ଼ିକୁ ମିଳିଛି ବୋମା ଧମକ । ଇମେଲ୍‌ ଜରିଆରେ ବୋମା…

53 mins ago

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଘନୀଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଏବେ ଘନୀଭୂତ ହେଉଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗରେ…

54 mins ago

ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ…

1 hour ago

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି…

1 hour ago