ବର୍ଷା ବାଧା : ଲର୍ଡ଼ସରେ ଭାରତକୁ ଝଟ୍‌କା

ଲଣ୍ଡନ : ଲର୍ଡସରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ବର୍ଷା ସେମିତି ବାଧକ ସାଜିଛି । ତେବେ ଆଜି ଦ୍ୱିତୀୟ ଦିନରେ ୮.୩ ଓଭର ଖେଳରେ ଭାରତ ୩ ଓ୍ଵିକେଟ୍‌ ହରାଇ କରିଛି ମାତ୍ର ୧୫ ରନ୍‌ । ପେସ୍‌ ବୋଲିର୍‌ ଆଣ୍ଡର୍ସନ ଦୁଇ ଓପ୍ନର ମୁରଲୀ ବିଜୟ ଓ ଲୋକେଶ ରାହୁଲଙ୍କୁ ଆଉଟ୍‌ କରି ଭ୍ରମଣକାରୀ ଦଳକୁ ବଡ଼ ଝଟକା ଦେଇଛନ୍ତି । ବିଜୟ ବିନା ସ୍କୋରରେ ପ୍ରଥମ ଓଭରର ପଞ୍ଚମ ବଲ୍‌ ଏବଂ ରାହୁଲ ୮ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଭାରତର ସ୍କୋର ୨ ଓ୍ଵିକେଟ୍‌ରେ ୧୧ ରନ୍‌ ହୋଇଥିବା ବେଳେ ପୁଣି ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା । ଏହା ପରେ ପୁଣି କିଛି ସମୟ ଖେଳ ହୋଇଥିଲା । ଏଥିରେ ଚେତେଶ୍ୱର ପୂଜାରା ମାତ୍ର ୧ ରନ୍‌ କରି ରନ୍‌ଆଉଟ୍‌ ହୋଇଛନ୍ତି । ଏହି ମ୍ୟାଚ୍‌ରେ ଶିଖର ଧାବନଙ୍କ ସ୍ଥାନରେରେ ପୂଜାରାଙ୍କୁ ଖେଳୁଛନ୍ତି । ଉମେଶ ଯାଦବଙ୍କ ସ୍ଥାନ ନେଇଛନ୍ତି ସ୍ପିନର କୁଲଦୀପ ଯାଦବ । ଇଂଲଣ୍ଡ ଦଳରେ ଆହତ ବେନ ଷ୍ଟୋକ୍ସଙ୍କ ବଦଳରେ ଖେଳୁଛନ୍ତି ଖ୍ରୀଷ୍ଟୋଫର ଓଏକ୍‌ସ । ଏହି ମଧ୍ୟମଗତି ବୋଲର ୨୪ଟି ଟେଷ୍ଟରେ ୬୪ଟି ଓ୍ଵିକେଟ୍‌ ନେଇଛନ୍ତି । ବର୍ଷା ପାଗକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଦଳର ଅଧିନାୟକ ଜଏ ରୁଟ୍‌ ଟସ୍‌ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

Himanshu PatiMishra

Recent Posts

ହେଲିକପ୍ଟରରେ କାହିଁକି ପାରାସୁଟ୍‌ ରଖାଯାଏ ନାହିଁ ?

ଆପଣ ନିଶ୍ଚିତ ଭାବରେ କେବେ ନାଁ କେବେ ହେଲିକପ୍ଟରରେ ଯାତ୍ରା କରିଥିବେ ନିଶ୍ଚୟ, ଏହା ବ୍ୟତୀତ ଆପଣ ବିମାନର ଦୁର୍ଘଟଣାର…

4 mins ago

ଭୋଟିଂ ପାଇଁ ଯିବା ସମୟରେ ବେବିବମ୍ପକୁ ନେଇ ଟ୍ରୋଲ୍ ହେଲେ ଦୀପିକା, ସପୋର୍ଟ କଲେ ଅଲିଆ

ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଚଳିତ ବର୍ଷ ସେମାନଙ୍କର ପ୍ରଥମ ସନ୍ତାନକୁ ଏହି ଦୁନିଆରେ ସ୍ୱାଗତ କରିବେ ।…

6 mins ago

ନଦୀରୁ ଶିଶୁଙ୍କୁ ରେସ୍‌କ୍ୟୁ କରିବାକୁ ଯାଇଥିବା SDRFର ଡଙ୍ଗା ଓଲଟିଲା, ୩ ଯବାନଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଅହମ୍ମଦନଗରରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ପ୍ରଭରା ନଦୀରେ ବୁଡ଼ି ଯାଇଥିବା ଦୁଇ ପିଲାଙ୍କୁ ରେସ୍‌କ୍ୟୁ…

11 mins ago

ଗୁଣି ଗାରେଡି ସନ୍ଦେହରେ ପରିବାରକୁ ବାସନ୍ଦ କଲେ ଗାଁ ଲୋକେ

ମୋହନା (କେନ୍ୟୁଜଓଡିଶା) : ସ୍ତ୍ରୀ ଦୁଇ ପିଲାଙ୍କୁ ଧରି ନ୍ୟାୟ ମାଗୁଛନ୍ତି ସନ୍ୟାସୀ । ବୁଢ଼ା ବାପା ଦେହ ଥରୁଛି…

12 mins ago

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛି ସମୟ ପରେ ଥମିବ ପ୍ରଚାର, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ମତଦାନ

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛି ସମୟ ପରେ ଥମିବ ପ୍ରଚାର । ଶେଷ ଦିନରେ…

18 mins ago

ବିଶ୍ୱର ପ୍ରଥମ ହେଡ୍‌ଟ୍ରାନ୍ସପ୍ଲାଣ୍ଟ ସିଷ୍ଟମ୍‌, ଭିଡିଓ ଦେଖିଲେ ଆଖି ବୁଜିଦେବେ

ହେଡ୍‌ ଟ୍ରାନ୍ସପ୍ଲାଣ୍ଟର ଧାରଣାକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟକୁ ଚକିତ କରିଦେଇଛି । ଆଠ ମିନିଟର ଲମ୍ବା ଆନିମେଟେଡ୍ ଭିଡିଓରେ,…

20 mins ago