Below header

ବର୍ଷା ବାଧା : ଲର୍ଡ଼ସରେ ଭାରତକୁ ଝଟ୍‌କା

ଲଣ୍ଡନ : ଲର୍ଡସରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ବର୍ଷା ସେମିତି ବାଧକ ସାଜିଛି । ତେବେ ଆଜି ଦ୍ୱିତୀୟ ଦିନରେ ୮.୩ ଓଭର ଖେଳରେ ଭାରତ ୩ ଓ୍ଵିକେଟ୍‌ ହରାଇ କରିଛି ମାତ୍ର ୧୫ ରନ୍‌ । ପେସ୍‌ ବୋଲିର୍‌ ଆଣ୍ଡର୍ସନ ଦୁଇ ଓପ୍ନର ମୁରଲୀ ବିଜୟ ଓ ଲୋକେଶ ରାହୁଲଙ୍କୁ ଆଉଟ୍‌ କରି ଭ୍ରମଣକାରୀ ଦଳକୁ ବଡ଼ ଝଟକା ଦେଇଛନ୍ତି । ବିଜୟ ବିନା ସ୍କୋରରେ ପ୍ରଥମ ଓଭରର ପଞ୍ଚମ ବଲ୍‌ ଏବଂ ରାହୁଲ ୮ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଭାରତର ସ୍କୋର ୨ ଓ୍ଵିକେଟ୍‌ରେ ୧୧ ରନ୍‌ ହୋଇଥିବା ବେଳେ ପୁଣି ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା । ଏହା ପରେ ପୁଣି କିଛି ସମୟ ଖେଳ ହୋଇଥିଲା । ଏଥିରେ ଚେତେଶ୍ୱର ପୂଜାରା ମାତ୍ର ୧ ରନ୍‌ କରି ରନ୍‌ଆଉଟ୍‌ ହୋଇଛନ୍ତି । ଏହି ମ୍ୟାଚ୍‌ରେ ଶିଖର ଧାବନଙ୍କ ସ୍ଥାନରେରେ ପୂଜାରାଙ୍କୁ ଖେଳୁଛନ୍ତି । ଉମେଶ ଯାଦବଙ୍କ ସ୍ଥାନ ନେଇଛନ୍ତି ସ୍ପିନର କୁଲଦୀପ ଯାଦବ । ଇଂଲଣ୍ଡ ଦଳରେ ଆହତ ବେନ ଷ୍ଟୋକ୍ସଙ୍କ ବଦଳରେ ଖେଳୁଛନ୍ତି ଖ୍ରୀଷ୍ଟୋଫର ଓଏକ୍‌ସ । ଏହି ମଧ୍ୟମଗତି ବୋଲର ୨୪ଟି ଟେଷ୍ଟରେ ୬୪ଟି ଓ୍ଵିକେଟ୍‌ ନେଇଛନ୍ତି । ବର୍ଷା ପାଗକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଦଳର ଅଧିନାୟକ ଜଏ ରୁଟ୍‌ ଟସ୍‌ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.