ଚେହେରାରେ ଚମକ ଆଣିଥାଏ ଗୁଡ ! ଜାଣନ୍ତୁ କେମିତି କରିବେ ବ୍ୟବହାର

ଖାଦ୍ୟ ଖାଇସାରିବା ପରେ ବୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରାୟ ସମସ୍ତଙ୍କୁ ଗୁଡ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଗୁଡରେ ରୋଗପ୍ରତିରୋଧକ ଶକ୍ତି ଥାଏ । ଗୁଡ କେବଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇନଥାଏ ବରଂ ଆପଣଙ୍କ ସୌନ୍ଦର୍ୟ୍ୟ ପାଇଁ ମଧ୍ୟ କାମରେ ଆସିଥାଏ । ଏବେ ଆସନ୍ତୁ ନଜର ପକାଇବା ଗୁଡ କପରି ଆପଣଙ୍କ ସୌନ୍ଦର୍ୟ୍ୟ ପାଇଁ କାମରେ ଆସିଥାଏ ।

ବ୍ରଣ ପାଇଁ ଲାଭଦାୟକ :
ନିୟମିତ ଗୁଡ ଖାଇଲେ ଚେହେରାରୁ ଦାଗ ଏବଂ ବ୍ରଣ ଦୂର ହୋଇଯାଏ । ଏହାର ପ୍ୟାକ୍ ବନାଇ ମଧ୍ୟ ଚେହେରାରେ ଲଗାଇପାରନ୍ତି । ଏହି ପ୍ୟାକ୍ ବନାଇବା ପାଇଁ ଗୋଟିଏ ଚାମଚ ଗୁଡରେ ଏକ ଚାମଚ ଟମାଟୋ ରସ , ଅଧା ଚାମଚ ଲେମ୍ବୁ ରସ, ଚିମୁଟାଲ ହଳଦୀ ଏବଂ ଅଳ୍ପ ଟିକେ ଗରମ ଗ୍ରୀନ୍ ଟି ମିଶାନ୍ତୁ । ଏହି ମିଶ୍ରଣକୁ ୧୫ ମିନିଟ୍ ଚେହେରାରେ ଲଗାଇ ଧୋଇ ଦିଅନ୍ତୁ ।

ଚେହେରାରେ କୁଞ୍ଚନ :
ଯେମିତି ଯେମିତି ବୟସ ବଢି ବଢି ଯାଏ ସେମିତି ସେମିତି ଚେହେରାରେ କୁଞ୍ଚନ ବଢି ବଢି ଚାଲିଥାଏ । ଗୁଡରେ ଆଣ୍ଟିଅକ୍ସିଡେଂଟ୍ ଥାଏ ଯାହା ଏଥିରୁ ମୁକ୍ତି ଦେଇଥାଏ ।

ସୁନ୍ଦର କେଶ :
ଗୁଡ କେଶକୁ ଘନ ଏବଂ କଳା ବନାଇଥାଏ । ଗୁଡରେ ମୁଲତାନୀ ମାଟି, ଦହି ଏବଂ ପାଣି ମିଶାଇ ପ୍ୟାକ୍ ବନାନ୍ତୁ । ଏହି ପ୍ୟାକକୁ କେଶ ଧୋଇବାର ଗୋଟିଏ ଘଂଟା ପୂର୍ବରୁ ଳଗାନ୍ତୁ । ଏଥିରେ କେଶ ଧୋଇଲେ ମୂଲାୟମ ଏବଂ ଚମକଦାର ହୋଇଥାଏ ।

ତ୍ବଚା ପାଇଁ ଜରୁରୀ :
ଗୁଡରେ ମିନେରାଲ୍ ଏବଂ ଭିଟାମିନ୍ ଥବାରୁ ଏହା ପ୍ରାକୃତିକ କ୍ଲିନଜର କାମ କରିଥାଏ । ଗୁଡ ଖାଉଥିବା ଲୋକମାନଙ୍କର କୋଷ୍ଠକାଠିନ୍ୟର ଅଭିଯୋଗ ନଥାଏ । ପେଟ ସଫା ରହିବ ତ ସ୍କିନ୍ ବି ଗ୍ଲୋ କରିବ । ନଖ ଉଷୁମ ପାଣି କିମ୍ବା ଚା ଚିନି ସ୍ଥାନରେ ଗୁଡ ମିଶାଇ ପିଅନ୍ତୁ ।

ରକ୍ତ ସଫା :
ରକ୍ତ ସଫା ନରହିଲେ ଅନେକ ପ୍ରକାର ସମସ୍ୟା ହୋଇଥାଏ । ଗୁଡ ରକ୍ତ ବି ସଫା କରିଥାଏ ଏବଂ ଏନିମିଆରୁ ମଧ୍ୟ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.