Below header

ଏମିତି ଏକ ପାଠଶାଳା, ଯେଉଁଠି ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖାଯାନ୍ତି

ଜୟପୁର (କେନ୍ୟୁଜ୍‌) : କୋରାପୁଟ ଜିଲ୍ଲା ଜୟପୁର ନିକଟ ବୈପାରିଗୁଡ଼ାରେ ରହିଛି ଜଟିଆଗୁଡ଼ା ଗାଁ । ଏଇ ଗାଁରେ ପିଲାଙ୍କ ପାଠ ପଢ଼ିବା ପାଇଁ ଅଛି ସ୍କୁଲ ଟିଏ । ଆଦିବାସୀ ବହୁଳ ଓ ମାଓ ଅଧ୍ୟୁଷିତ ଏହି ଅଞ୍ଚଳର ସ୍କୁଲଟି କିଭଳି ଅବସ୍ଥାରେ ରହିଛି ତାହା ଏଇ ଚିତ୍ରରୁ ସ୍ପଷ୍ଟ । ଚାଳ ଘର କିନ୍ତୁ ଛପର ଅଧା ଉଡ଼ି ଯାଇଛି । ଏଠି ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାନ୍ତି । ସେଥିଲାଗି କେବଳ ବର୍ଷା ଦିନେ ସ୍କୁଲ ଭିତରେ ପାଠ ପଢ଼ନ୍ତି ପିଲା । ଅନ୍ୟ ଦିନେ ଗଛମୂଳରେ ଚାଲେ ବନବିଦ୍ୟାଳୟ । ସ୍ଥାନୀୟ ପ୍ରଶାସନ ବୋଧହୁଏ ଭୁଲି ଯାଇଛି ଏଠି ଗୋଟିଏ ସ୍କୁଲ ଅଛି ବୋଲି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.