ସ୍ପେଶାଲ

ନିଜ ପରିବାରକୁ ନିଜେ ପୋଷୁଛି : ମୁଁ କେବଳ ଦେହରୁ ଦିବ୍ୟାଙ୍ଗ, ହେଲେ ମନରୁ ନୁହେଁ

ଉଦଳା(କେନ୍ୟୁଜ୍): ଦିବ୍ୟାଙ୍ଗ ହେଲେବି ସକ୍ଷମ । ନିଜର ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି। ତେଣୁ ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣା। କେବେ ବି ନିଜ କୁ ଦିବ୍ୟାଙ୍ଗ ନ ଭାବି ନିଜର କାର୍ଯ୍ୟ କ୍ଷେତ୍ର ରେ ଦୃଢ଼ ପ୍ରତିପାଦନ କରି ପାରିଛନ୍ତି। ଆଉ କହୁଛନ୍ତି ମୁଁ ଦିବ୍ୟାଙ୍ଗ ନୁହେଁ ମୁଁ ସକ୍ଷମ। ମୁଁ କେବଳ ଦେହରୁ ଦିବ୍ୟାଙ୍ଗ, ହେଲେ ମନରୁ ନୁହେଁ।

ନିଜର ମନୋବଳ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଜଣେ ଦିବ୍ୟାଙ୍ଗ ବି ସକ୍ଷମ ହୋଇପାରିବ। ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖଳାଡି ପଞ୍ଚାୟତ କଇଁସାରୀ ଗ୍ରାମ ର ଜୟନ୍ତ ପରିଚ୍ଛାଙ୍କ କଥା। ଜୟନ୍ତ ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ଅକ୍ଷମ। ହେଲେ ସେ ଆଜି ଦିବ୍ୟାଙ୍ଗ ହୋଇ ମଧ୍ୟ ସକ୍ଷମର ହୋଇ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ କେବେବି ଭାବି ନାହାଁନ୍ତି ସେ ଜଣେ ଦିବ୍ୟାଙ୍ଗ ବୋଲି। ଭଲ ମଣିଷ ପରି ସବୁ କିଛି କାମ କରିବା ରେ ସେ ପାରଙ୍ଗମ। ଅନ୍ୟ ଦିବ୍ୟାଙ୍ଗଙ୍କ ମନରେ ସାହସ ଦେଇ ତାଙ୍କୁ ସକ୍ଷମ ହେବାର ଉପଦେଶ ଦେଇଥାନ୍ତି ଜୟନ୍ତ।

ମନରେ ସାହସ ଓ ଅସୀମ ଧର୍ଯ୍ୟ ତାଙ୍କ ପାଇଁ ଦେଇଛି ନୂଆ ପରିଚୟ। ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜେ ରୋଜଗାରକ୍ଷମ ହେବା ସହ ପରିବାରଙ୍କ ମନରେ ସବୁବେଳେ ଖୁସି ଆଣି ଦେଇଛନ୍ତି। ଜୟନ୍ତଙ୍କ ପରିବାର କହିଲେ ସ୍ତ୍ରୀ ସୁକାନ୍ତି, ଗୋଟିଏ ଝିଅ ଓ ଗୋଟିଏ ପୁଅ। ଅଭାବ ଅନାଟନ ଭିତରେ ମଧ୍ୟ ପରିବାରଙ୍କ କଥା ବୁଝି ଝିଅ ଓ ପୁଅକୁ ଉଚ୍ଚ ଶିକ୍ଷା ଦେବା ଆଶା ରଖିଛନ୍ତି। ଏହି ପରି କି ତାଙ୍କ ପରିବାର କେବେବି ଭାବି ନାହାଁନ୍ତି ଜୟନ୍ତ ଜଣେ ଦିବ୍ୟାଙ୍ଗ ବୋଲି।

ଜୟନ୍ତ ପୂର୍ବରୁ ଏକ ଟେଣ୍ଟ ହାଉସ ରେ କାମ କରୁଥିଲେ ହେଲେ ନିଜ ଗୋଡ଼ ଛିଡା ହେବା ପାଇଁ ଏକ ସାଇକଲ ଦୋକାନ ଓ ଏବେ ତେଜରାତି ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ତାଙ୍କର ଗୋଡ଼ ଦୁଇଟି ଅକ୍ଷମ ହେଲେ ଆଖି ଦୁଇଟି ଆଗକୁ ନେବାରେ ସହାୟକ ହୋଇପାରିଛି। ତେବେ ତାଙ୍କର ଏହି ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ହେବ ବୋଲି କହିଛନ୍ତି ପୋଡ଼ଶୀ।

ଦିବ୍ୟାଙ୍ଗ ମୋ ପରିଚୟ ନୁହେଁ ମୁଁ ସକ୍ଷମ । ମୁଁ ନିଜେ ସ୍ୱାବଲମ୍ବୀ । ପରିବାର ପ୍ରତିପେୋଷଣ କରେ। ଏମିତି କିଛି ଦୃଢ଼ ମନୋବଳ ନେଇ ନିଜ ଜୀବନ ପଥରେ ଆଗେଇ ଚାଲିଛନ୍ତି ଜୟନ୍ତ । ଯାହା ଏ ସମାଜ ପାଇଁ ଏକ ବଡ ଉଦାହରଣ ।

 

Sonalisa

Recent Posts

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

14 mins ago

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

କେନ୍ୟୁଜ୍‌: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା…

16 mins ago

ଟି୨୦ ବିଶ୍ୱକପ ପାଇଁ ବିରାଟଙ୍କ ସହିତ ଆମେରିକାରେ ପହଞ୍ଚିଲେ ଅନୁଷ୍କା, ସାଙ୍ଗରେ ଅଛନ୍ତି ଭାମିକା ଓ ଅକାୟ

ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ…

19 mins ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

24 mins ago

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ, କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍‌): ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ । କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ  । ମୃତକ ହେଲେ ମନୋରଞ୍ଜନ…

25 mins ago

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା…

45 mins ago