Below header

ନିଜ ପରିବାରକୁ ନିଜେ ପୋଷୁଛି : ମୁଁ କେବଳ ଦେହରୁ ଦିବ୍ୟାଙ୍ଗ, ହେଲେ ମନରୁ ନୁହେଁ

ଦିବ୍ୟାଙ୍ଗ ହେଲବି ସକ୍ଷମ । ନିଜର ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି। ତେଣୁ ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣା। କେବେ ବି ନିଜ କୁ ଦିବ୍ୟାଙ୍ଗ ନ ଭାବି ନିଜର କାର୍ଯ୍ୟ କ୍ଷେତ୍ର ରେ ଦୃଢ଼ ପ୍ରତିପାଦନ କରି ପାରିଛନ୍ତି। ଆଉ କହୁଛନ୍ତି ମୁଁ ଦିବ୍ୟାଙ୍ଗ ନୁହେଁ ମୁଁ ସକ୍ଷମ। ମୁଁ କେବଳ ଦେହରୁ ଦିବ୍ୟାଙ୍ଗ, ହେଲେ ମନରୁ ନୁହେଁ।

ଉଦଳା(କେନ୍ୟୁଜ୍): ଦିବ୍ୟାଙ୍ଗ ହେଲେବି ସକ୍ଷମ । ନିଜର ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି। ତେଣୁ ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣା। କେବେ ବି ନିଜ କୁ ଦିବ୍ୟାଙ୍ଗ ନ ଭାବି ନିଜର କାର୍ଯ୍ୟ କ୍ଷେତ୍ର ରେ ଦୃଢ଼ ପ୍ରତିପାଦନ କରି ପାରିଛନ୍ତି। ଆଉ କହୁଛନ୍ତି ମୁଁ ଦିବ୍ୟାଙ୍ଗ ନୁହେଁ ମୁଁ ସକ୍ଷମ। ମୁଁ କେବଳ ଦେହରୁ ଦିବ୍ୟାଙ୍ଗ, ହେଲେ ମନରୁ ନୁହେଁ।

ନିଜର ମନୋବଳ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଜଣେ ଦିବ୍ୟାଙ୍ଗ ବି ସକ୍ଷମ ହୋଇପାରିବ। ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖଳାଡି ପଞ୍ଚାୟତ କଇଁସାରୀ ଗ୍ରାମ ର ଜୟନ୍ତ ପରିଚ୍ଛାଙ୍କ କଥା। ଜୟନ୍ତ ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ଅକ୍ଷମ। ହେଲେ ସେ ଆଜି ଦିବ୍ୟାଙ୍ଗ ହୋଇ ମଧ୍ୟ ସକ୍ଷମର ହୋଇ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ କେବେବି ଭାବି ନାହାଁନ୍ତି ସେ ଜଣେ ଦିବ୍ୟାଙ୍ଗ ବୋଲି। ଭଲ ମଣିଷ ପରି ସବୁ କିଛି କାମ କରିବା ରେ ସେ ପାରଙ୍ଗମ। ଅନ୍ୟ ଦିବ୍ୟାଙ୍ଗଙ୍କ ମନରେ ସାହସ ଦେଇ ତାଙ୍କୁ ସକ୍ଷମ ହେବାର ଉପଦେଶ ଦେଇଥାନ୍ତି ଜୟନ୍ତ।

ମନରେ ସାହସ ଓ ଅସୀମ ଧର୍ଯ୍ୟ ତାଙ୍କ ପାଇଁ ଦେଇଛି ନୂଆ ପରିଚୟ। ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜେ ରୋଜଗାରକ୍ଷମ ହେବା ସହ ପରିବାରଙ୍କ ମନରେ ସବୁବେଳେ ଖୁସି ଆଣି ଦେଇଛନ୍ତି। ଜୟନ୍ତଙ୍କ ପରିବାର କହିଲେ ସ୍ତ୍ରୀ ସୁକାନ୍ତି, ଗୋଟିଏ ଝିଅ ଓ ଗୋଟିଏ ପୁଅ। ଅଭାବ ଅନାଟନ ଭିତରେ ମଧ୍ୟ ପରିବାରଙ୍କ କଥା ବୁଝି ଝିଅ ଓ ପୁଅକୁ ଉଚ୍ଚ ଶିକ୍ଷା ଦେବା ଆଶା ରଖିଛନ୍ତି। ଏହି ପରି କି ତାଙ୍କ ପରିବାର କେବେବି ଭାବି ନାହାଁନ୍ତି ଜୟନ୍ତ ଜଣେ ଦିବ୍ୟାଙ୍ଗ ବୋଲି।

shop

ଜୟନ୍ତ ପୂର୍ବରୁ ଏକ ଟେଣ୍ଟ ହାଉସ ରେ କାମ କରୁଥିଲେ ହେଲେ ନିଜ ଗୋଡ଼ ଛିଡା ହେବା ପାଇଁ ଏକ ସାଇକଲ ଦୋକାନ ଓ ଏବେ ତେଜରାତି ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ତାଙ୍କର ଗୋଡ଼ ଦୁଇଟି ଅକ୍ଷମ ହେଲେ ଆଖି ଦୁଇଟି ଆଗକୁ ନେବାରେ ସହାୟକ ହୋଇପାରିଛି। ତେବେ ତାଙ୍କର ଏହି ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ହେବ ବୋଲି କହିଛନ୍ତି ପୋଡ଼ଶୀ।

ଦିବ୍ୟାଙ୍ଗ ମୋ ପରିଚୟ ନୁହେଁ ମୁଁ ସକ୍ଷମ । ମୁଁ ନିଜେ ସ୍ୱାବଲମ୍ବୀ । ପରିବାର ପ୍ରତିପେୋଷଣ କରେ। ଏମିତି କିଛି ଦୃଢ଼ ମନୋବଳ ନେଇ ନିଜ ଜୀବନ ପଥରେ ଆଗେଇ ଚାଲିଛନ୍ତି ଜୟନ୍ତ । ଯାହା ଏ ସମାଜ ପାଇଁ ଏକ ବଡ ଉଦାହରଣ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.