ଟେକ୍

ଟେଲିଗ୍ରାମରେ ଆସୁଥିବା ମେସେଜକୁ ନିଜ ଭାଷାରେ କେମିତି କରିବେ ଟ୍ରାନ୍ସଲେଟ୍‌, ଜାଣନ୍ତୁ ପ୍ରୋସେସ

ଟେଲିଗ୍ରାମ ବ୍ୟବହାର କରୁଥିବେ ଏହି ଖବର ଆପଣଙ୍କ ପାଇଁ। ପ୍ରତିଦିନ ହ୍ଵାଟସଆପ୍‌ ହେଉ କି ଟେଲିଗ୍ରାମ ନୂଆ ନୂଆ ଫିଚର୍ସ ଅପଡେଟ୍‌ କରୁଛନ୍ତି। ଏବେ ଟେଲିଗ୍ରାମ ଏମିତି ଏକ ଫିଚର୍ସ ଆଣିଛି, ଯାହା ଆପଣ ପଠାଉଥିବା ମେସେଜ ଯେଉଁ ଭାଷାରେ ହେଉ ନା କାହିଁକି ଏହାକୁ ସେ ନିଜର ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରିପାରିବ। ଏହି ଫିଚର୍ସ ଉଭୟ ଆଣ୍ଡ୍ରଏଡ୍‌ ଏବଂ iOS ରେ ଉପଲବ୍ଧ।

ପୂର୍ବରୁ ହ୍ଵାଟସଆପକୁ ଟକ୍କର ଦେବା ପାଇଁ ଟେଲିଗ୍ରାମ କୌଣସି ପ୍ରକାର ଚେଷ୍ଟା ମଧ୍ୟ ଛାଡୁନି। ହ୍ଵାଟସଆପକୁ ଟକ୍କର ଦେବା ପାଇଁ ଟେଲିଗ୍ରାମ ନୂଆ ଅପଡେଟ୍ ନେଇ ଆସିଛି। ଯାହା ପୂର୍ବରୁ ହ୍ଵାଟଟସଆପରେ ମିଳୁଥିଲା, ଏବେ ଟେଲିଗ୍ରାମରେ ମଧ୍ୟ ମିଳିବ। ଟେଲିଗ୍ରାମ ନିଜର ଆପକୁ ଅପଡେଟ କରି ନୂଆ ଆଡ ଅନ ଫିଚର ଯୋଡିଥିଲା। ନୂଆ ଅପଡେଟରେ ସିଡ୍ୟୁଲିଂ ଭଏସ ଚାଟ୍, ଭଏସ ଚାଟ୍ ପାଇଁ ମିନି ପ୍ରୋଫାଇଲ, ନୂଆ ୱେବ ଭର୍ସନ ଏବଂ ପେମେଣ୍ଟସ୍ ୨.୦ ଭଳି ଅପଡେଟ୍ ସାମିଲ।

ତେବେ କେମିତି ଟେଲିଗ୍ରାମ ମେସେଜକୁ କରିବେ ନିଜ ଭାଷାରେ ପରିବର୍ତ୍ତନ ଜାଣନ୍ତୁ: ଜାଣନ୍ତୁ ଏଠାରେ ପୁରା ପ୍ରୋସେସ:

– ପ୍ରଥମେ ଟେଲିଗ୍ରାମକୁ ଆକ୍ଟିଭେଟ କରନ୍ତୁ।

– ଆପ୍‌ ଖୋଲିବା ପରେ ବାମ ପଟେ ଥିବା ୩ଟି ଗାର୍‌ ଆଇକନକୁ କ୍ଲିକ କରନ୍ତୁ।

– ତା’ ପରେ ସେଟିଂକୁ ଯିବା ପରେ ଲାଙ୍ଗୁଏଜ ଉପରେ କ୍ଲିକ କରନ୍ତୁ।

– ଲାଙ୍ଗୁଏଜ ମେନ୍ୟୁରେ କ୍ଲିକ କରିବା ପରେ ‘Show Translate Button’ କୁ ଅନ୍‌ କରନ୍ତୁ।

– ତା’ ତଳକୁ ଥିବା ବିଭିନ୍ନ ପ୍ରକାର ଭାଷା ଆପଣ ଚୟନ କରିପାରିବେ।

– ଯଦି ଆପଣ ଇଂଲିଶ ଭାଷାରେ ଟେଲିଗ୍ରାମ ବ୍ୟବହାର କରୁଥାନ୍ତି, ତେବେ ଆଉ କୌଣସି ଭାଷାରେ ଟ୍ରାନ୍ସଲେଟ ହେବ ନାହିଁ।

– ଏଠାରେ ହିନ୍ଦୀକୁ ଟ୍ରାନ୍ସଲେଟ୍‌ କରିବାର କୌଣସି ସପୋର୍ଟ ନାହିଁ।

– ତା’ ପରେ ଆପଣ କୌଣସି ଚାଟ୍‌ କିମ୍ବା ଗ୍ରୁପକୁ ଯାଇ ମେସେଜ କରିପାରିବେ। ମେସେଜ କରିବା ବେଳେ ଆପଣଙ୍କୁ ଟ୍ରାନ୍ସଲେଟ୍‌ ପପ୍‌ଅପ୍‌ ନଜର ଆସିବ।

– ତା’ ପରେ ଟ୍ରାନ୍ସଲେଟ୍‌କୁ କ୍ଲିକ କରିବା ପରେ ଆପଣଙ୍କ ମେସେଜ ଆପେ ଆପେ ଟ୍ରାନ୍ସଲେଟ୍‌ ହୋଇଯିବ ଏବଂ ଟେଲିଗ୍ରାମ୍‌ର ଡିଫଲ୍ଟ ଆପ୍‌ ଭାବେ ରହିବ।

Swagatika

Recent Posts

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

7 mins ago

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

25 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

28 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

56 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

1 hour ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

1 hour ago