Below header

ପାଦରେ ଅମିତାଭଙ୍କ ପେଣ୍ଟିଂ ତିଆରି କଲେ ଦିବ୍ୟାଙ୍ଗ ଫ୍ୟାନ୍‌, ଫଟୋ ସେୟାର କରି ଇମୋସନାଲ୍‌ ହେଲେ ବିଗ୍‌ ବି

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କର ଏବେ ବି ଅନେକ ଡାଏ ହାର୍ଟ ଫ୍ୟାନ୍‌ ଅଛନ୍ତି। ଏମାନେ ବିଗ୍‌ ବିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇପଡ଼ନ୍ତି। ସେହିଭଳି ଜଣେ ଫ୍ୟାନ୍‌ ହେଉଛନ୍ତି ଆୟୁଷ। ଆୟୁଷ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଅମିତାଭଙ୍କ ପାଇଁ ନିଜ ପାଦରେ ପେଣ୍ଟିଂ ତିଆରି କରିଛନ୍ତି। ଯୁବ କଳାକାର ଆୟୁଷ ଅମିତାଭଙ୍କର ଫିଲ୍ମ ‘ଗୁଲାବୋ ସିତାବୋ’ରେ ତାଙ୍କ ଚରିତ୍ର ମିର୍ଜାଙ୍କୁ ଚିତ୍ରଣ କରିଛନ୍ତି।

ଅମିତାଭ ଆୟୁଷଙ୍କ ତିଆରି ପେଣ୍ଟିଂର ଫଟୋକୁ ସେୟାର କରି ଲେଖିଛନ୍ତି, ‘ଇଏ ଆୟୁଷ…ଜଣେ ଦିବ୍ୟାଙ୍ଗ…ନିଜ ହାତର ବ୍ୟବହାର କରିପାରନ୍ତି ନାହିଁ, ଏଣୁ ପାଦରେ ପେଣ୍ଟିଂ କରିଥାନ୍ତି…ମୁଁ ତାଙ୍କୁ ଘରେ ସାକ୍ଷାତ କରିବାର ସୁଯୋଗ ପାଇଛି…ତାଙ୍କୁ ଓ ତାଙ୍କ ପ୍ରତିଭାକୁ ଆଶୀର୍ବାଦ ଦେଉଛି’।

Amitabh Bachchan Is The Face Of Advertisements For Social ...

ଅମିତାଭଙ୍କ ପ୍ରଶଂସକ ମଧ୍ୟ ଆୟୁଷଙ୍କ ପ୍ରତିଭା ଦେଖି ବେଶ୍‌ ପ୍ରଭାବିତ ହୋଇଛନ୍ତି। ସମସ୍ତେ ଆୟୁଷଙ୍କୁ ପ୍ରଶଂସା କରିଛନ୍ତି। ଜଣେ ପ୍ରଶଂସକ କହିଛନ୍ତି ଆୟୁଷ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ ଓ ସୁପରଷ୍ଟାର।


ଏହା ପୂର୍ବରୁ ଅମିତାଭ ନିଜ ବଙ୍ଗଳା ଜଲସା ବାହାରେ ପ୍ରଶଂସକଙ୍କୁ ହାତ ହଲାଉଥିବା ଫଟୋ ସେୟାର କରିଥିଲେ। ଫଟୋ ସେୟାର କରି ସେ କ୍ୟାସପନରେ ଲେଖିଥିଲେ ‘ଲୋକପ୍ରିୟ ହେବାର ଇଚ୍ଛା ନାହିଁ ମୋ, ଆପଣ ମତେ ଚିହ୍ନିଛନ୍ତି ସେତିକି ଯଥେଷ୍ଟ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.