Below header

ଜାଣନ୍ତୁ ହିନ୍ଦୁ ଧର୍ମରେ କାହିଁକି ପୂଜା ପାଆନ୍ତି ଅନେକ ଦେବୀ-ଦେବତା

ହିନ୍ଦୁ ଧର୍ମରେ ଅନେକ ଦେବୀ-ଦେବତା ପୂଜା ପାଇଥାନ୍ତି। ଭଗବାନ ଶିବ, ଦୁର୍ଗା ମାତା, ଗଣେଷ, ଭଗବାନ ରାମ, କୃଷ୍ଣ ଆଦି ଦେବା-ଦେବୀଙ୍କ ବ୍ୟତୀତ ଅନେକ ମନ୍ଦିର ମଧ୍ୟ ରହିଛି। ସେହିପରି ମନୁଷ୍ୟ କୌଣସି ମାର୍ଗ ବାଛିବା ସମୟରେ ତାହା ମନୁଷ୍ୟ ପାଇଁ ସମସ୍ୟାର ପରିସ୍ଥିତି ସୃଷ୍ଟି କରିଥାଏ। ବିଦେଶରେ ଲୋକମାନେ ପ୍ରାୟତଃ ଜଣେ ଭଗବାନଙ୍କୁ ପୂଜା କରିଥାନ୍ତି। କିନ୍ତୁ ଭାରତରେ ୩୩ କୋଟି ଦେବୀ-ଦେବତାଙ୍କ ପୂଜା କରାଯାଇଥାଏ। ଭଗବାନ ପ୍ରକୃତରେ କାହାକୁ ଶକ୍ତିଶାଳୀ କରିଥାନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କ ପୂଜା କରିବା ଉଚିତ ବା ଭଗବାନଙ୍କ କୌଣସି ପୂଜା କାର୍ଯ୍ୟରେ ଜଡ଼ିତ ହେବା ଆବଶ୍ୟକ ଏହା ଆମେ ଭଗବାନ କୃଷ୍ଣ ଏବଂ ରୁକ୍ମୁଣୀଙ୍କ ଇସ୍କନ ମନ୍ଦିରରୁ ଜାଣିଥାଉ।

33-crore-hinduହିନ୍ଦୁ ଧର୍ମରେ ଅନେକ ଦେବୀ-ଦେବତା ପୂଜା ପାଉଥିବାରୁ ସାଧାରଣ ଲୋକମାନେ- ମତେ କାହାର ପୂଜା କରିବାର ଆବଶ୍ୟକତା ନାହିଁ ବୋଲି କହିଥାନ୍ତି। ଏହି କଥାକୁ ନେଇ ଭଗବାନ କୃଷ୍ଣ ଏବଂ ରୁକ୍ମୁଣୀ କହିଥାନ୍ତି ବାସ୍ତବରେ ବେଦ ଜ୍ଞାନ ବା ଭଗବାନଙ୍କ ବାଣୀ ଅଟେ। ଭଗବାନ ଯେତେବେଳେ ଭୌତିକ ଜଗତ ସଞ୍ଚାଳନ ପାଇଁ ଏକ ଦିଗ ନିର୍ଦେଶ କରିଥିଲେ ଏବଂ ତାହାକୁ ହିଁ ବେଦ କୁହାଯାଇଥାଏ। ବେଦ ମାନବ ସମାଜରେ ପ୍ରଭାବ ପକାଇଥାଏ। ବେଦ ମଣିଷ ଜୀବନରେ କିପରି ବଞ୍ଚିବା ଦରକାର ତାହା ମାର୍ଗ ଦର୍ଶନ କରିଥାଏ।

ଭଗବାନଙ୍କ କହିବା ଅନୁଯାୟୀ ବେଦ ପ୍ରତ୍ୟେକ ମାନବ ଜୀବନର ଅଲଗା-ଅଲଗା ପ୍ରକୃତି ଅନୁଯାୟୀ ମଣିଷର ସ୍ବଭାବକୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ସାତ୍ବିକ, ରାଜସିକ ଏବଂ ତାମସିକ ଏହା ମନୁଷ୍ୟର ତିନୋଟି ପ୍ରକୃତି । ଏହି ତିନୋଟି ଗୁଣର ମିଶ୍ରଣରେ ପ୍ରତ୍ୟେକ ମନୁଷ୍ୟର ବ୍ୟକ୍ତିତ୍ବ ସୃଷ୍ଟି ହୋଇଥାଏ। ମନୁଷ୍ୟ ସ୍ବଭାବ ଯେଉଁଭଳି ହୋଇଥାଏ, ସେ ସେହିଭଳି ବ୍ୟକ୍ତଙ୍କ ପ୍ରତି ଆକୃଷ୍ଠ ହୋଇଥାନ୍ତି। କିନ୍ତୁ ଯଦି କୌଣସି ତମୋଗୁଣୀ ବ୍ୟକ୍ତିଙ୍କୁ ସତୋଗୁଣର ବ୍ୟକ୍ତିଙ୍କୁ ସ୍ବିକାର କରିବା ପାଇଁ କୁହାଯାଏ, ତେବେ ସେହି ବ୍ୟକ୍ତି କେବେବି ତାଙ୍କ ପ୍ରତି ଆକର୍ଷଣ ହୋଇନଥାନ୍ତି ଏବଂ ଯେତେବେଳେ ବ୍ୟକ୍ତିର ଆକର୍ଷଣ ହୋଇନଥାଏ ସେତେବେଳେ ସେ ପୂଜା ମଧ୍ୟ କରିନଥାନ୍ତି।

goddess1ଏହି କାରଣରୁ ତିନୋଟି ପ୍ରକୃତି ଅନୁଯାୟୀ ବୈଦିକ ଶାସ୍ତ୍ରରେ ୧୮ଟି ପୁରାଣକୁ ଅଲଗା-ଅଲଗା ତିନୋଟି ଶ୍ରେଣୀରେ ଭାଗ କରାଯାଇଛି। ଏହା ସହିତ ଅଲଗା-ଅଲଗା ପୁରାଣରେ ଦେବୀ-ଦେବତା ମାନଙ୍କର ଉତ୍କର୍ଷତା ବିଷୟରେ ବର୍ଣ୍ଣନା କରାଯାଇଛି। ତମୋଗୁଣ ପୁରାଣରେ ଭଗବାନ ଶିବଙ୍କ ପୂଜା ସର୍ବ ଶ୍ରେଷ୍ଠ ଉଲ୍ଲେଖ କରାଯାଇଛି। ଏହି ସୃଷ୍ଠିର ଆରମ୍ଭ ମଧ୍ୟ ଭଗବାନ ଶିବଙ୍କ ଠାରୁ ହୋଇଥିଲା। କନ୍ତୁ ସତ୍ବଗୁଣୀ ପୁରାଣ ପରମ ସତ୍ୟ ଉପରେ ଆଧାରିତ ହୋଇଥାଏ। ଏହି ପୁରାଣରେ ଉଲ୍ଲେଖ ରହିଛି ଭଗବାନ କୃଷ୍ଣଙ୍କ ଠାରୁ ବିଷ୍ଣୁଙ୍କର ବିସ୍ତାର ହୋଇଥିଲା। ଏହି କାରଣରୁ ହିନ୍ଦୁ ଧର୍ମରେ ଥିବା ୩୩ କୋଟି ଦେବୀ-ଦେବତାଙ୍କ ସହିତ ମନୁଷ୍ୟର ପ୍ରକୃତି ଜଡ଼ିତ। ଏହା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.