Below header

ମନ କିଣି ନେଲା ପରପୁରୁଷ, ଚାରି ଛୁଆକୁ ଛାଡି ମାଆ ଫେରାର

ରେଢାଖୋଲ(କେନ୍ୟୁଜ୍‌) : ଅଗ୍ନିକୁ ସାକ୍ଷୀ ରଖି ସାତଜନମ ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ ଜୀବନ ସାଥି ହେବା ପାଇଁ । ଦୀର୍ଘ ୧୩ବର୍ଷ ଧରି ୪ଟି ସନ୍ତାନକୁ ନେଇ ସଂସାର ଗଢିଲେ ଏକାଠି । ସବୁ କିଛି ଠିକ୍‌ଠାକ୍ ଚାଲିଥିବା ବେଳେ ହଠାତ ହସଖୁସି ସଂସାରରେ କଳାବାଦଲ ମାଡି ଆସିଲା। ପରପୁରୁଷର ହାତ ଧରି ଚାଲିଗଲା ଧୋକାବାଜ ସ୍ତ୍ରୀ । ଏପଟେ ମାଁ ବିନା ଚାରି କମଳମୋତି ଶିଶୁ ଅନାଥ ହୋଇ ଅତି ଦୟନୀୟ ଅବାସ୍ଥାରେ କାଟୁଛନ୍ତି ଜୀବନ ।

ଯେଉଁ ବୟସରେ ଖେଳକୁଦ କରି ସମୟ କଟାଇବା କଥା ଏବେ ସେ କଅଁକ କାନ୍ଦରେ ପୁରା ସଂସାର ଭାର। ଛୋଟ କମଳମୋତି ଚାରି ପୁଅ ଝିଅ । ନିଆଁ ଲଗାଇ ରୋଷେଇ କରିବା, ପାଖ ନାଳରୁ ପାଣି ଆଣିବା, ସାଗବାଛି ତାକୁ ରାନ୍ଧିବା , ସମସ୍ତଙ୍କର ଯତ୍ନ ନେଇ ମୁଣ୍ଡ କୁଣ୍ଡାଇ ଦେବା, ଘରର ସମସ୍ତ କାମ ଏବେ ନିଜେ କରୁଛନ୍ତି ଏହି ପିଲାମାନେ । ଶେଷରେ ଏକାଠି ବସି ବାପାଙ୍କ ସହ ବଶି ଖାଉଛନ୍ତି ।

ବାପା ଦିନ ମଜୁରିଆ । ଦିନସାରା ଯାହା ରୋଜଗାର କଲେ ପିଲାଙ୍କ ପାଟିକୁ ଦାନ ଯାଏ । ତେବେ ଏ ପରିସ୍ଥିତି କାହିଁକି? ସୂଚନା ମୁତାବକ, ରେଢାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ଦଲ୍କି ଗାଁର ଅଲେଖ ଭୋଇ । ସ୍ତ୍ରୀ ଅନୁସୟା ଭୋଇଙ୍କୁ ସେ ବୌଦିକ ରିତିରେ ୧୩ବର୍ଷ ତଳେ ବିବାହ କରିଥିଲେ । ୧୨, ୯, ୩ ବର୍ଷ ବୟସର ତିନିଝିଅ ଓ ୬ବର୍ଷ ର ଗୋଟିଏ ପୁଅ କୁ ନେଇ ହସଖୁସିରେ ସଂସାର ଚାଲିଥିଲା ବେଳେ, ଦୁଇମାସ ତଳେ ଜଣେ ପରପୁରୁଷ ସହ ସ୍ତ୍ରୀ ଅନୁସୟା ସମ୍ପର୍କ ରଖିଲେ । ମାସେ ତଳେ ଭାଇ ଅନୁଗୁଳ ମେଡିକାଲରେ ପଡିଥିବା କଥା କହି ନିଜେ ଗଡ଼ିଥିବା ସଂସାରକୁ ତୁଚ୍ଛ କରି ଚାଲିଗଲେ ସେହି ପରପୁରୁଷ ସହ । ପିଲାମାନେ ମଧ୍ୟ ମାର କଥାକୁ ମନେ ପକାଇ ଝୁରି ହେଉଛନ୍ତି। ଆଉ ନିଜେ ନିଜ ମନକୁ ବୁଝାଇ ଦେଉଛନ୍ତି ବୋଲି, ଆଭାଗା ଅଲେଖ କହିଛନ୍ତି ।

ଚାରି ପିଲାଛୁଆକୁ ଛାଡି ଫେରାର ହେଲା ମାଆ, ଥରୁଟିଏ ବି ଗଲା ବେଳେ ଭାବିଲାନି ୩ବର୍ଷୀୟା ସାନ ଝିଅ ଲିପସା କଥା , ମାଁ କ୍ଷୀର ଖାଉଥିବା ସାନ ଝିଅ ଏବେ ମାଁକୁ ବେଶୀ ମନେ ପକାଉଛି କାହାକୁ କିଛି ନକହିଲେବି ତା ଆଖି ଖୋଜୁଛି ମାଁକୁ । ଆଉ କେତେବେଳେ ମାଁ କଥା ମନେ ପଡିଲେ ମାଁର ଫଟୋ ଧରି ଚାରି ଛୁଆ କେବଳ ମନେ ପକାଇବା ଛଡା ଆଉ କିଛି ବାଟ ନାହିଁ । ବଡ ଝିଅ ପିଙ୍କି ଏବେ ଘରର ସବୁ କାମ କରୁଛି। ସାହି ପଡିଶା ଯାହା କିଛି ଦେଲେ ପିଲାମାନେ ଖାଉଛନ୍ତି ନଚେତ ନିଜେ ରାନ୍ଧି ଖାଉଛନ୍ତି । ଅଲେଖଙ୍କର ନିଜ ସ୍ତ୍ରୀ ଫେରାର କଥାକୁ ନେଇ ଯେତିକି ଦୁଃଖ ନାହିଁ, ଚାରିପିଲାଙ୍କ କଥାକୁ ନେଇ ବେଶୀ ଚିନ୍ତିତ । ସ୍ତ୍ରୀ ଅନୁସୟା ନିଖୋଜ ହେବା ନେଇ ରେଢାଖୋଲ ଥାନାରେ ଅଭିଯୋଗ କରିଛନ୍ତି ଅଲେଖ ।

ଅନ୍ଯପଟେ ସରକାର ପକ୍ଷରୁ ନାଁ ମିଳିଛି ଘର, ନାଁ ରାସନ ସାମଗ୍ରୀ, ନାଁ କୌଣସି ଯୋଜନା । ବହୁକଷ୍ଟରେ ନିଜ ସ୍ତ୍ରୀ ପିଲାଛୁଆ ରହିବେ ବୋଲି ଝାଟିମାଟି ବରଡାପତ୍ର ଦେଇ ତିନିମାସ ତଳେ ସ୍ବପ୍ନର ଘରଟିଏ ତୋଳିଥିଲା ଅଲେଖ । ଆଉ ଏବେ ସେହି ସ୍ବପ୍ନର ଘରେ ତାଙ୍କ ରାଣୀ ନାହିଁ ସତ ତଥାପି ମନକୁ ଦମ୍ଭକରି ଚାରିଛୁଆକୁ ନେଇ ଜୀବନ କାଟୁଛନ୍ତି ଅଲେଖ । ଏଦୁଃଖ ଦେଖି ସରକାରୀ ସାହାଯ୍ଯ ପାଇଁ ନିବେଦନ କରିଛନ୍ତି ଗାଁ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.