Below header

ଆଜି ଦେଶର ୯୧ ସ୍ଥାନରେ ଏଫ୍‌ଏମ୍‌ ଟ୍ରାନ୍ସମିଟରର ହେବ ଉଦଘାଟନ, ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆଜି ଓଡ଼ିଶାର ୭ଟି ସହ ଦେଶର ୯୧ ସ୍ଥାନରେ ଏଫ୍‍ଏମ୍‍ ଟ୍ରାନ୍ସମିଟରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏସବୁ ନୂଆ ଏଫ୍‌ଏମ ଟ୍ରାନ୍ସମିଟର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷେମ ହେବ ।

ନୂଆଦିଲ୍ଲୀ : ଆଜି ଦେଶରେ ୯୧ଟି ଏଫ୍‌ଏମ ଟ୍ରାନ୍ସମିଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭର୍ଚୁଆଲରେ ଏହାର ଶୁଭାରମ୍ଭ କରିବେ । ଏହା ଦ୍ୱାରା ରେଡିଓ ସଂଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହେବ । ଏସବୁ ନୂଆ ଏଫ୍‌ଏମ ଟ୍ରାନ୍ସମିଟର ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକ୍ଷେମ ହେବ । ଦେଶର ଆକାଂକ୍ଷୀ ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରେଡିଓ ସଂଯୋଗ ବୃଦ୍ଧିକୁ ଅଗ୍ରାଧିକାର ଦିଆଯାଇଛି । ଏହି ନୂଆ ଟ୍ରାନ୍ସମିଟର କାର୍ଯ୍ୟକ୍ଷମ ହେଲେ ଅତରିକ୍ତ ଦୁଇକୋଟି ଲୋକ ଉପକୃତ ହେବେ । ମୋଟ ୩୫ ହଜାର ବର୍ଗ କିଲୋମିଟର ଅଧିକ ଅଞ୍ଚଳରେ ବେତାର କାର୍ଯ୍ୟକ୍ରମ ଶୁଣାଯାଇପାରିବ ।

ଓଡ଼ିଶାର ୭ଟି ସ୍ଥାନରେ ନୂତନ ଏଆଇଆର ଏଫ୍‌ଏମ୍‌ ଟ୍ରାନ୍ସମିଟରର ଶୁଭାରମ୍ଭ ହେବ । କେନ୍ଦ୍ରାପଡ଼ା ଜିଲ୍ଲାର ଗୋପ, ନବରଙ୍ଗପୁର, ଗଜପତିର ମୋହନା, ବରଗଡ଼, କନ୍ଧମାଳର ଫୁଲବାଣୀ, କୋରାପୁଟ ଏବଂ ମାଲକାନଗିରି ଠାରେ ଏହି ଏଫ୍‌ଏମ୍‌ ଟ୍ରାନ୍ସମିଟର ଲୋକାର୍ପିତ ହେବ । ଏଗୁଡ଼ିକର କ୍ଷମତା ୧୦୦ ଓ୍ଵାଟ୍‌ ରହିଛି । ଏହାକୁ ୧୫ରୁ ୨୦ କିଲୋମିଟର ପରିସର ମଧ୍ୟରେ ଶୁଣା ଯାଇପାରିବ । ଏହାଦ୍ୱାରା ଆକାଶବାଣୀର ଏଫ୍‌ଏମ୍‌ ସେବା ଆଉ ଅତିରିକ୍ତ ୨ କୋଟି ଲୋକଙ୍କ ପାଖରେ ପହଞ୍ଚିପାରିବ । ଆକାଶବାଣୀରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆସନ୍ତା ରବିବାର ଏହି କାର୍ଯ୍ୟକ୍ରମ ଏହାର ୧୦୦ ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି ।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.