Below header

ଆଗଧାଡିର କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା ପାଇଁ ରାଜ୍ୟରେ ୨୫୦୦୦ ଟପିଲା କରୋନାରୁ ସୁସ୍ଥ ସଂଖ୍ୟା, ଆଜି ସୁସ୍ଥ ହେଲେ ୧୨୫୫ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ଆଗଧାଡିର କରୋନା ଯୋଦ୍ଧାଙ୍କ ସେବାକୁ  ସଲାମ୍ । ଏମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ରାଜ୍ୟରେ ୩ ଦିନ ହେବ ୧୦୦୦ ପାର କରୁଛି ସୁସ୍ଥ ସଂଖ୍ୟା । ଅହରହ ନିଜର ସ୍ବାର୍ଥ ଭୁଲି ସେବା ଯୋଗାଉଥିବା ଏହି କରୋନା ଯୋଦ୍ଧାମାନେ ଏସପ୍ତାହରେ ୨୫୦୦୦ ପାର କରିଛନ୍ତି ସୁସ୍ଥ ସଂଖ୍ୟା । ଗତକାଲିର ରେକର୍ଡ ଭାଙ୍ଗିଥିବା ସୁସ୍ଥ ସଂଖ୍ୟା ପରେ ଆଜି ରାଜ୍ୟରେ ୧୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।

ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୪୮୫,ଖୋର୍ଦ୍ଧାର ୧୨୫, ସୁନ୍ଦରଗଡର ୧୨୨, ସମ୍ବଲପୁରର ୧୦୭, ପୁରୀର ୭୫, ମୟୂରଭଞ୍ଜର ୪୩,କଟକର ୪୦, ଜଗତସିଂହପୁରର ୨୯, କନ୍ଧମାଳର ୨୮, ବାଲେଶ୍ବରର ୨୭, ବଲାଙ୍ଗିରର ୨୪, କୋରାପୁଟର ୨୨, ଅନୁଗୁଳର ୨୦, ନବରଙ୍ଗପୁରର ୧୮, ଗଜପତିର ୧୬, ନୟାଗଡର ୧୪,କେନ୍ଦ୍ରାପଡାର ୧୨, ମାଲକାନଗିରିର ୧୧, ଭଦ୍ରକର ୧୦, କଳାହାଣ୍ଡିର ୮, ନୂଆପଡାର ୬, ଯାଜପୁରର ୫, ଢେଙ୍କାନାଳର ୪, ଝାରସୁଗୁଡାର ୩, କେନ୍ଦୁଝରରୁ ଜଣେ କରୋନାରୁ ଆରୋଗ୍ୟ ଲାଭ କରିଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ସଂଖ୍ୟାକୁ  ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଲା ୨୫୭୩୭ରେ। ଏତେ ପରିମାଣର ସୁସ୍ଥ ସଂଖ୍ୟା ନେଇ ଶ୍ରେୟ  କେବଳ  ଆଗଧାଡିର କରୋନା ଯୋଦ୍ଧାଙ୍କ ଉପରେ ଯାଉଛି ବୋଲି ଟ୍ବିଟ  କରି ସ୍ବାସ୍ଥ୍ୟ ବିଭାଗ ଜଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.