ମୋମୋ ଖାଇବା ପରେ ପେଟରେ ହେଲା ଭୟଙ୍କର ବିସ୍ଫୋରଣ, କାରଣ ଥିଲା ଏମିତି

ଚଟ୍‌ପଟା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଆଗରୁ ଛଣାଛଣି ଜିନିଷ ଖାଇବାକୁ ଲୋକମାନେ ଅଧିକ ଇଚ୍ଛା ପ୍ରକାଶ କରୁଥିବା ବେଳେ ଏବେ ମୋମୋ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ଆପଣ ବି ଯଦି ମୋମୋ ପ୍ରେମୀ ତେବେ ଏହି ଖବର ପଢ଼ିବା ପରେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। କାରଣ ଏବେ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ବୋଧେ ଆଜି ହିଁ ମୋମୋ ଖାଇବା ଛାଡ଼ିଦେବେ। କାରଣ ଚୀନ୍‌ରେ ଜଣେ ବ୍ୟକ୍ତିଙ୍କୁ ମୋମୋ ଖାଇବା ମହଙ୍ଗା ପଡ଼ିଛି।

Young man's intestines ruptured after eating spicy chili sauce ...

ପ୍ରକୃତ କଥାଟି ହେଉଛି ଚୀନ୍‌ର ଜିଂୟାଂଗ୍ୟୁସ ଅଞ୍ଚଳର ଜଣେ ବ୍ୟକ୍ତି ପ୍ରବଳ ରାଗ ମୋମୋ ଖାଇ ଦେଇଥିଲେ। ମୋମୋ ଖାଇସାରିବା ପରେ ତାଙ୍କ ପେଟରେ ଅଚାନକ ବିସ୍ଫୋରଣ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସୌଭାଗ୍ୟବଶତଃ ତାଙ୍କ ଅବସ୍ଥା ଏବେ ଭଲ ଅଛି।

Blast in the intestine caused by eating strong chilli momos, first ...

ଗୁରୁତର ଯୁବକଙ୍କ ନାଁ ବାଙ୍ଗ୍‌ ଓ ତାଙ୍କ ବୟସ ୬୩ ବର୍ଷ ବୋଲି କୁହାଯାଉଛି। ବାଙ୍ଗ୍‌ ଡିନରରେ ବହୁ ପରିମାଣରେ ରାଗୁଆ ମୋମୋ ଖାଇଦେଇଥିଲେ। ପରେ ତାଙ୍କ ପେଟ କାଟିଥିଲା। ଚାହୁଁ ଚାହୁଁ ପେଟରେ ବ୍ଲାଷ୍ଟ ହେବା ଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ପରେ ତାଙ୍କ ଦେହ ଅଧିକ ଖରାପ ହେଲା ଓ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ଡାକ୍ତର ପରୀକ୍ଷା କରି କହିଛନ୍ତି ଯେ ଲଙ୍କା ଖାଇବା ଯୋଗୁ ବାଙ୍ଗ୍‌ଙ୍କ ପେଟରେ ପ୍ରବଳ ଗ୍ୟାସ୍‌ ହୋଇଯାଇଥିଲା। ପେଟରେ ଖାଦ୍ୟ ଫସିଥିବାରୁ ଓ ପ୍ରେସର ବଢ଼ିବାରୁ ତାହା ବିସ୍ଫୋରଣ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.