Below header

ଇଶା ଗୁପ୍ତା ଆଣିଲେ ହୋଟେଲ ମାଲିକଙ୍କ ବିରୋଧରେ ର୍ଦୁବ୍ୟବହାର ଅଭିଯୋଗ : କହିଲେ, “ଏମିତି ଲାଗିଲା ଯେପରି ମୋ ସହ ଦୁଷ୍କର୍ମ ହୋଇଛି”

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତାଙ୍କର ନିକଟରେ “ୱାନ ଡେ: ଜଷ୍ଟିସ୍ ଡେଲିବର୍ଡ” ଫିଲ୍ମ ରିଲିଜ୍ ହୋଇଛି। ଏହି ଖୁସିକୁ ସେଲିବ୍ରେଟ କରିବା ପାଇଁ ସେ ତାଙ୍କ ସାଙ୍ଗ ମାନଙ୍କ ସହ ଏକ ହୋଟେଲରେ ପହଞ୍ଚିଥିଲେ। ଏନେଇ ଇଶା ଏବେ ସେହି ହୋଟେଲର ମାଲିକ ରୋହିତ ୱିଗ ତାଙ୍କ ସହ ର୍ଦୁବ୍ୟବହାରର କରିଥିବା ସୋସିଆଲ ମିଡିଆରେ ଅଭିଯୋଗ ଆଣିଛନ୍ତି।

ଇଶା କହିଛନ୍ତି “ଯଦି ଦେଶରେ ମୋ ଭଳି ମହିଳା ଅସୁରକ୍ଷିତ ମନେ କରୁଛନ୍ତି ତେବେ ବାକି ମହିଳା କିପରି ଅନୁଭୂତ କରୁଥିବେ। ମୋ ସହ ଦୁଇଜଣ ସିକ୍ୟୁରିଟି ଗାର୍ଡ ରହିଥିଲେ କିନ୍ତୁ ଏହା ବାଦ ମତେ ମୋ ସହ ଦୁଷ୍କର୍ମ ହେବା ଭଳି ଅନୁଭୂତ ହେଉଥିଲା। ରୋହିତ ୱିଗ୍ ତୁମେ ଜଣେ ଘୁଷୁରି ଏବଂ ତୁମେ ଦଣ୍ଡର ଭାଗିଦାର”।


ଏହାପରେ ଆଉ ଏକ ଟ୍ବିଟରେ ଇଶା ଲେଖିଥିଲେ “ରୋହିତ ୱିଗଙ୍କ ଭଳି ଲୋକମାନଙ୍କ ପାଇଁ ମହିଳା କୌଣସି ସ୍ଥାନରେ ମଧ୍ୟ ସୁରକ୍ଷିତ ଅନୁଭବ କରନ୍ତି ନାହିଁ । ତୁମେ ମୋର ପାଖାପାଖି ରହିଥିଲ ଏବଂ ତୁମର ମତେ ଖରାପ ନଜରରେ ଦେଖିବା ହିଁ ଯଥେଷ୍ଟ ରହିଥିଲା। ”


ଏହାପରେ ଇଶା ରୋହିତ ୱିଗଙ୍କ ଫଟୋ ଶେୟାର କରି ସେଥିରେ ଲେଖିଥିଲେ “ରୋହିତ ୱିଗ ଭଳି ଚିନ୍ତାଧାରା ରଖୁଥିବା ଲୋକ ମହିଳାଙ୍କୁ ରାତି ତମାମ୍ ଦେଖିବା ସହ ତାଙ୍କୁ ଅସଞ୍ଜତ ଅନୁଭବ କରାଇଥାନ୍ତି। ସେ ନା ମତେ ଛୁଇଁଛନ୍ତି ନା କିଛି କହିଛନ୍ତି। କିନ୍ତୁ ତାଙ୍କ ଚାହାଣି ସେଠାରେ ସବୁକିଛି କହୁଥିଲା। ତାଙ୍କ ଚାହାଣି କୌଣସି ଫ୍ୟାନ ଭଳି ନଥିଲା। ଆମେ କେଉଁଠାରେ ସୁରିକ୍ଷିତ ଅଛୁ। କଣ ମହିଳା ଦେବା ଅଭିଶାପ ?”

ନିଶ୍ଚିତ ପଢ଼ନ୍ତୁ: ପିଲାବେଳେ ପିତାଙ୍କୁ ହରାଇଥିଲେ ଆଉ ମା’ ମାରିବାକୁ ଚେଷ୍ଟା କରିଥିଲେ . . ପଢନ୍ତୁ ଭାରତୀଙ୍କ ସଫଳତା ପଛର ସଂଘର୍ଷମୟ…

ତେବେ ଇଶା ଟ୍ବିଟ ଛଡା ଏହି ସମ୍ବନ୍ଧୀୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ପୋଷ୍ଟ କରିଛନ୍ତି। ତେବେ ଯେଉଁଥିରେ ସେ ଘଟଣା ବାବଦରେ ଉଲ୍ଲେଖ କରିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ପୋଲିସ ରିପୋର୍ଟ ଦାଖଲ କରାଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.