Below header

ବଲିଉଡ୍‌ର ଏହି ସୁପରଷ୍ଟାରମାନେ, ପତ୍ନୀଙ୍କୁ ଛାଡ଼ି ପ୍ରେମିକାଙ୍କ ସହ ରଖିଥିଲେ ରିଲେସନ୍‌ସିପ୍‌

ବଲିଉଡରେ ସମ୍ପର୍କ କେତେବେଳେ ଗଢ଼ିହେବ ଓ କେବେ ଭାଙ୍ଗିଯିବ କେହି କହିପାରିବେ ନାହିଁ । ଫିଲ୍ମ ଇଣ୍ଡଷ୍ଟ୍ରରେ ଏକ୍‌ଷ୍ଟ୍ରା ମାରିଟାଲ ରିଲେସନ୍‌ସିପ୍‌ କିଛି ବଡ଼ କଥା ନୁହେଁ । ଏମାନଙ୍କର ରିଲ୍‌ ଲାଇଫ୍‌ ଓ ରିୟଲ ଲାଇଫ୍‌ ସମ୍ପୂର୍ଣ୍ଣ ଅଲଗା । ବଲିଉଡର ଏମିତି ବହୁତ ଅଭିନେତା ଅଛନ୍ତି ଯେଉଁମାନଙ୍କର ସୁନ୍ଦରୀ ପତ୍ନୀ ଥାଇ ମଧ୍ୟ ଅନ୍ୟ ହିରୋଇନଙ୍କ ପ୍ରେମରେ ମସ୍‌ଗୁଲ ରହୁଥିଲେ । ତଥାପି ଏହି ପତ୍ନୀମାନେ ତାଙ୍କୁ ଛାଡି ଯାଇ ନଥିଲେ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଅମିତାଭ- ଜୟା ଓ ରେଖା :

ଅମିତାଭ ଓ ରେଖାଙ୍କ ସମ୍ପର୍କ ବଲିଉଡରେ ଚର୍ଚ୍ଚାର ବିଷୟ ହୋଇଥିଲା । ଉଭୟଙ୍କ ସମ୍ପର୍କ ଫିଲ୍ମ ‘ଶିଲ୍‌ଶିଲା’ ରୁ ଆରମ୍ଭ ହୋଇଥିଲା । ଏକଥା ଯେବେ ଜୟାଙ୍କୁ ଜଣା ପଡ଼ିଲା ସେ ରେଖାଙ୍କୁ କହିଥିଲେ ଯେ ସେ ଅମିତାଭଙ୍କୁ କେବେ ଛାଡିବେ ନାହିଁ ।

amitav,jaya,rekha
photo credit: News Track English

ସନି ଦେଓଲ-ପୂଜା ଓ ଡିମ୍ପଲ କାପାଡିଆ :

ସନି ଦେଓଲ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ବିବାହିତ ଥିଲେ । ହେଲେ ଡିମ୍ପଲ କାପାଡ଼ିଆଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା । ଶୁଣାଯାଏ ଡିମ୍ପଲଙ୍କ ଝିଅମାନେ ବି ତାଙ୍କୁ ଛୋଟେ ପାପା ବୋଲି ଡାକୁଥିଲେ ।

ଅକ୍ଷୟ କୁମାର- ଟ୍ଵିଙ୍କଲ ଓ ପ୍ରିୟଙ୍କା :

ଅକ୍ଷୟ କୁମାର ଓ ଟ୍ଵିଙ୍କଲ ଖାନ୍ନାଙ୍କ ମଝିରେ ପ୍ରିୟଙ୍କା ଚୋପଡା ଆସିଯାଇଥିଲେ । ହେଲେ ଖୁବ୍‌ ଶୀଘ୍ର ସମ୍ପର୍କ କଟି ଯାଇଥିଲା । ଶୁଣିବାକୁ ମିଳେ ଟ୍ଵିଙ୍କଲ୍‌ ଅକ୍ଷୟଙ୍କୁ ଲଗାମ ଦେଇ ଦେଇଥିଲେ ।

akshya,twinkle,priyanka
photo credit: Naidunia

ଶାହାରୁଖ-ଗୌରୀ ଓ ପ୍ରିୟଙ୍କା :

ଶାହାରୁଖ୍‌ ଖାନ୍‌ ଓ ଗୌରୀଙ୍କ ଯୋଡି ବଲିଉଡରେ ପରଫେକ୍ଟ ଯୋଡି ମନାଯାଏ । ହେଲେ ଶାହାରୁଖ ପ୍ରିୟଙ୍କାଙ୍କ ପ୍ରେମରେ ପଡ଼ିଯାଇଥିଲେ । ଯେତେବେଳେ ଗୌରୀଙ୍କୁ ଏକଥା ଜଣାପଡ଼ିଲା ସେ ପ୍ରିୟଙ୍କାଙ୍କ ସହ ଶାହାରୁଖଙ୍କୁ କାମ କରିବାକୁ ଦେଲେନି ।

ଗୋବିନ୍ଦା- ସୁନିତା ଓ ରାଣୀ :

ଗୋବିନ୍ଦା ଓ ସୁନିତାଙ୍କ ବିବାହ ୩୦ ବର୍ଷରୁ ଅଧିକ ହୋଇଗଲାଣି । ଏହା ଭିତରେ ଦୁହିଁଙ୍କ ମଧ୍ୟରେ ବହୁ ମନ-ମାଳିନ୍ୟ ହୋଇଯାଇଛି । ୨୦୦୦ ମସିହାରେ ରିଲିଜ ହୋଇଥିବା ଗୋବିନ୍ଦା ଓ ରାଣୀଙ୍କ ଫିଲ୍ମ ‘ହଦ୍‌ କରଦି ଆପ୍‌ନେ’ ରେ ଦୁହିଁଙ୍କ କେମେଷ୍ଟ୍ରି ଭଲ ଜମିଥିଲା । ଫିଲ୍ମ ବାହାରେ ମଧ୍ୟ ତାଙ୍କ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ।

gobinda,sunita,rani
photo credit: patrika.com

ଶତ୍ରୁଘ୍ନ ସିହ୍ନା- ପୁନମ ଓ ରୀନା :

ଶତ୍ରୁଘ୍ନ ସିହ୍ନା ବିବାହ ପୂର୍ବରୁ ରୀନାଙ୍କ ସହ ରିଲେସନସିପରେ ଥିଲେ । ହେଲେ ବିବାହ ପୁନମଙ୍କ ସହ କରିଥିଲେ । ହେଲେ ବିବାହ ପରେ ମଧ୍ୟ ସେ ରୀନାଙ୍କ ସହ ସମ୍ପର୍କ ରଖିଥିଲେ ବୋଲି ଶୁଣିବାକୁ ମିଳେ । ପରେ ପତ୍ନୀ ଓ ପିଲାଙ୍କ ପାଇଁ ସେ ରୀନାଙ୍କ ସହ ସମ୍ପର୍କ ରଖିନଥିଲେ ।

ଏହାଛଡ଼ା ରାଜ କପୁର-କୃଷ୍ଣା ଓ ନରଗିସ୍‌, ଧର୍ମେନ୍ଦ୍ର- ପ୍ରକାଶ କୌର ଓ ହେମା, ଦିଲ୍ଲୀପ କୁମାର- ସାଇରା ବାନୁ ଓ ଅସମା ଙ୍କ ପ୍ରେମ କାହାଣୀ ବଲିଉଡରେ ବେଶ ରୋମାଞ୍ଚକର । ଏମାନଙ୍କର ସୁନ୍ଦରୀ ପତ୍ନୀ ଥିଲେ ବି ପ୍ରେମିକାଙ୍କୁ ନେଇ ଏମାନେ ଖୁବ୍‌ ଚର୍ଚ୍ଚିତ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.