ବିବାହ ବାର୍ଷିକରେ ସ୍ୱାମୀଙ୍କୁ କିସ୍ କରି ସୋସିଆଲ ମିଡିଆରେ ଫଟୋ ଛାଡିଲେ ମାଧୁରୀ ଦୀକ୍ଷିତ

ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ କରବାଚୌଥ ଦିନ ସ୍ୱାମୀ ରାମ ନେନେଙ୍କ ସହିତ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ମାଧୁରୀ ଏବଂ ରାମ ନେନେଙ୍କର ଏହି ସେଲଫି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମାଧୁରୀ ରାମଙ୍କୁ କିସ୍ କରୁଥିବାର ନଜର ଆସିଛନ୍ତି। ଏହି ଫଟୋ ସେୟାର କରି ମାଧୁରୀ ନିଜ ବିବାହର ୨୦ ବର୍ଷ ପୂର୍ତ୍ତି ପାଇଁ ଏକ ମେସେଜ୍ ଲେଖିଛନ୍ତି।
ଫଟୋକୁ ସେୟାର କରି ମାଧୁରୀ ଲେଖିଛନ୍ତି – ଜନ୍ମ ଜନ୍ମାନ୍ତରର ସାଥି, ୨୦ତମ ବିବାହ ବାର୍ଷିକି। ଫଟୋରେ ରାମ ଏବଂ ମାଧୁରୀ ବହୁତ ଖୁସି ଥିବା ଜଣାପଡୁଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାମ ପେଶାରେ ଡାକ୍ତର।
ଏହାସହ ପଢନ୍ତୁ : ନେହା କକ୍କରଙ୍କୁ ମଞ୍ଚ ଉପରେ ଜୋର ଜବରଦସ୍ତ କିସ୍ କଲେ ଜଣେ ପ୍ରତିଯୋଗୀ, ଦେଖନ୍ତୁ ଭିଡିଓ
ରାମ ନେନେଙ୍କୁ ପ୍ରାୟ ମାଧୁରୀଙ୍କ ସହିତ ଅନେକ ଆଓ୍ଵାର୍ଡ ଫଙ୍କସନରେ ଦେଖିବାକୁ ମିଳିଥାଏ। ମାଧୁରୀ ରାମ ନେନେଙ୍କୁ ୧୭ ଅକ୍ଟୋବର ୧୯୯୯ ମସିହାରେ ବିବାହ କରିଥିଲେ। ଏମାନଙ୍କର ଦୁଇଟି ପୁଅ ମଧ୍ୟ ଅଛି, ଯାହାଙ୍କର ନାମ ଅରିନ୍ ଏବଂ ରାୟନ। ମାଧୁରୀ ଏବେ ରିୟଲିଟି ଶୋ ଡ୍ୟାନ୍ସ ଦିଓ୍ଵାନେ ସିଜନ ୨ରେ ନଜର ଆସୁଛନ୍ତି।