ଭୂତ-ପ୍ରେତର ଦ୍ୱୀପ ‘ଆଇନହେଲୋ’, ଯେଉଁଠିକୁ ଯିବାକୁ ବର୍ଷକୁ ଗୋଟେ ଦିନ ହିଁ ମିଳିଥାଏ ଅନୁମତି

ଦୁନିଆରେ ଅନେକ ରହସ୍ୟମୟ ଦ୍ୱୀପ ରହିଛି, ଯାହା ବିଷୟରେ କେବେ ନା କେବେ ଆପଣମାନେ ନିଶ୍ଚିତ ଭାବେ ଶୁଣିଥିବେ। କେଉଁଠି କିଛି ଆଶ୍ଚର୍ଯ୍ୟକର ଜିନିଷ ରହିଥିବା ବେଳେ ଅନ୍ୟ କେଉଁଠି ବିଭିନ୍ନ ପ୍ରକାର ରହସ୍ୟମୟୀ ଜିନିଷ ରହିଛି। କିନ୍ତୁ ସ୍କଟଲାଣ୍ଡରେ ଏପରି ଏକ ଆଇଲାଣ୍ଡ ରହିଛି, ଯାହାର ନାମ ଆଇନହେଲୋ ଦ୍ୱୀପ । ହାର୍ଟ ଆକାରରେ ରହିଥିବା ଏହି ଦ୍ୱୀପ ଦେଖିବାକୁ ବେଶ୍‌ ସୁନ୍ଦର ହୋଇଥିବା ବେଳେ ଏଠାକୁ ଯିବାକୁ ବର୍ଷକୁ ମାତ୍ର ଏକ ଦିନ ପାଇଁ ଅନୁମତି ଦିଆଯାଇଥାଏ। ବାକି ୩୬୪ ଦିନ ଏହି ଦ୍ୱୀପକୁ ଯିବା ଅସମ୍ଭବ ରହିଥାଏ।

1

ଏହି ଦ୍ୱୀପ ଏତେ ଛୋଟ ଯେ, ନକ୍ସାରେ ଏହାକୁ ଖୋଜିବା ବହୁତ କଷ୍ଟ। ଏହି ଦ୍ୱୀପକୁ ନେଇ ଅନେକ ରହସ୍ୟମୟୀ କାହାଣୀ ରହିଛି। ପୌରାଣିକ କଥା ମୁତାବକ, ଆଇନହେଲୋ ଦ୍ୱୀପକୁ ଭୂତ ପ୍ରେତର ଦ୍ୱୀପ ବୋଲି କୁହାଯାଏ। ଏହି ଆଇଲ୍ୟାଣ୍ଡରେ ଅତୃପ୍ତ ଆତ୍ମା ରହିଥାନ୍ତି, ଜଳପରୀମାନେ ଗରମ ଦିନରେ ପାଣିରୁ ବାହାରି ଏଠାରେ ଭ୍ରମଣ କରନ୍ତି ବୋଲି କାହାଣୀ ରହିଛି।

ସ୍କଟଲାଣ୍ଡର ହାଇଲେଡସ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେନ ଲୀଙ୍କ କହିବା ମୁତାବକ, ଏହି ଆଇଲାଣ୍ଡରେ ହଜାର ବର୍ଷ ପୂର୍ବେ ଲୋକ ବସବାସ କରୁଥିଲେ, କିନ୍ତୁ ୧୮୫୧ରେ ପ୍ଲେଗ ଭଳି ମହାମାରୀ ରୋଗ ଯୋଗୁଁ ଏଠାରେ ରହୁଥିବା ଲୋକ ଦ୍ୱୀପ ଛାଡି ଚାଲିଯିବା ପରେ ଏହି ଦ୍ୱୀପ ବିଲକୁଲ ଶୂନଶାନ ପଡିଛି। ପୁରାତତ୍ତ୍ୱବିତ୍‌ଙ୍କ ମୁତାବକ, ଏଠାରେ ଖନନ ସମୟରେ ଅନେକ ପାଷାଣ କାଳର ଅନେକ ପାଚେରୀ ମଧ୍ୟ ରହିଛି। ଏହି ଦ୍ୱୀପ କେବେ ହେଲା, କାହା ପାଖରେ କୌଣସି ତଥ୍ୟ ନାହିଁ।

scotoland

ଏହି ଦ୍ୱୀପ ଓର୍କନେ ଦ୍ୱୀପ ଠାରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ, ଯେଉଁଠି ଲୋକମାନେ ରହିଛନ୍ତି। କିନ୍ତୁ ଆଇନହେଲୋ ଦ୍ୱୀପକୁ ଯିବା ସହଜ ନୁହେଁ। ଏଠାକୁ ଆପଣ ଡଙ୍ଗା ଦ୍ୱାରା ମଧ୍ୟ ଯାଇପାରିବେ ନାହିଁ। ଏହାର କାରଣ ଏଠିକାର ନଦୀ। ଏହି ନଦୀରେ ପ୍ରତିଦିନ ଜୁଆର ଭଟା ଆସିଥାଏ, ଯାହା ଆପଣଙ୍କୁ ସେଠାକୁ ଯିବାକୁ ଦିଏନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.