Below header

ରାସ୍ତାରେ ଶୋଇଥିବା ଲୋକ ସହ ଶୋଇଛନ୍ତି ୩ ଚିତା ବାଘ, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଏହି ଭିଡିଓ

ଯଦି କେବେ କାହା ସାମନ୍‌ାକୁ ବାଘ କିମ୍ବା ସିଂହିଟିଏ ଚାଲି ଆସେ ତେବେ ଡରରେ ତା’ର ହୋସ ଉଡିଯାଏ । ହେଲେ ଏଠାରେ ଜଣେ ଲୋକ ସହ ରାସ୍ତାରେ ୩ଟି ଚିତା ବାଘ ଲାଗି କରି ଶୋଇଥିବା ଦୃଶ୍ୟ ଦେଖିଲେ ଯେ କେହି ଘଡିଏ ଆଶ୍ଚର୍ଯ୍ୟ ହୋଇଯିବ ।

ସତେ ଯେମିତି ଏହି ବାଘ ସହ ଲୋକଟିର ଦୀର୍ଘ ଦିନର ସମ୍ପର୍କ । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ୍‌ ହୋଇଛି । ଏହି ଭିଡିଓଟିକୁ ସେୟାର କରିଛନ୍ତି ଜଣେ ଆଇଏଫ୍‌ଏସ୍‌ ଅଫିସର ପରବିନ୍‌ କାସ୍‌ବାନ୍‌ । ଭିଡିଓ ସହ ସେ କ୍ୟାପ୍‌ସନ୍‌ ଲେଖିଛନ୍ତି – ‘ଚିତା କ୍ୟା ପ୍ରିଫର କରତା ହେ ।

ହାଇ କଂକ୍ରିଟ୍‌ ନା ଗରମ୍‌ କପଡେ ।’ ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି କଂକ୍ରିଟ୍‌ ରାସ୍ତା ଉପରେ ଶୋଇଛନ୍ତି ଏବଂ ତାଙ୍କ ପାଖକୁ ଏକ ଚିତା ବାଘ ଯାଉଛି ପୁଣି ତାଙ୍କ ପାଖକୁ ଲାଗି ଶୋଇ ଯାଉଛି । ପରେ ପରେ ପୁଣି ଏକ ବାଘ ଯାଉଛି ଓ ବ୍ୟକ୍ତିଙ୍କୁ ଲାଗି କରି ଶୋଇ ଯାଉଛି ।

ଏବେ ୩ୟ ଚିତା ବାଘ ଯାଉଛି ଓ ଉକ୍ତ ବ୍ୟକ୍ତିଙ୍କ ଗୋଡ଼କୁ ଲାଗି କରି ଶୋଇ ଯାଉଛି । ୩ଟି ଯାକ ଚିତା ବାଘ ଉକ୍ତ ବ୍ୟକ୍ତିଙ୍କ ପାଖକୁ ଲାଗି କରି ଶୋଇଛନ୍ତି । ସତେ ଯେପରି ୩ଟି ବାଘ ଲୋକ ପାଖରେ ଶୋଇ ତାଙ୍କ ଗରମ ପୋଷାକର ଉଶୁମ ଉପଭୋଗ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.