Below header

ଆଇଆଇଟି ମାଡ୍ରାସ ଛାତ୍ରଙ୍କ ମୃତ ଦେହ ହଷ୍ଟେଲରୁ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଆଇଆଇଟି ମାଡ୍ରାସ କ୍ୟାମ୍ପସର ଏକ ହଷ୍ଟେଲରୁ ଶୁକ୍ରବାର ଜଣେ ୨୦ ବର୍ଷ ବୟସ୍କ ବିଟେକ୍‌ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । କେଦାର ସୁରେଶ ନାମକ ମଧ୍ୟପ୍ରଦେଶର ଏହି ଛାତ୍ର ଜଣକ ଇନଷ୍ଟିଚ୍ୟୁଟର କାବେରୀ ହଷ୍ଟେଲରେ ରହୁଥିଲେ । ତେବେ ମୃତ୍ୟୁ ଦିନ ହଷ୍ଟେଲ ରୁମ ଭିତରୁ ବନ୍ଦ ଥିବାରୁ ସାଙ୍ଗମାନେ ଓ୍ଵାଡେନକୁ ଖବର ଦେଇଥିଲେ ।

ନୂଆଦିଲ୍ଲୀ : ଆଇଆଇଟି ମାଡ୍ରାସ କ୍ୟାମ୍ପସର ଏକ ହଷ୍ଟେଲରୁ ଶୁକ୍ରବାର ଜଣେ ୨୦ ବର୍ଷ ବୟସ୍କ ବିଟେକ୍‌ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । କେଦାର ସୁରେଶ ନାମକ ମଧ୍ୟପ୍ରଦେଶର ଏହି ଛାତ୍ର ଜଣକ ଇନଷ୍ଟିଚ୍ୟୁଟର କାବେରୀ ହଷ୍ଟେଲରେ ରହୁଥିଲେ । ତେବେ ମୃତ୍ୟୁ ଦିନ ହଷ୍ଟେଲ ରୁମ ଭିତରୁ ବନ୍ଦ ଥିବାରୁ ସାଙ୍ଗମାନେ ଓ୍ଵାଡେନକୁ ଖବର ଦେଇଥିଲେ ।

ଓ୍ଵାଡେନ ପୋଲିସକୁ ଜଣାଇବା ପରେ ପୋଲିସ ଆସି ବନ୍ଦ ରୁମ୍‌ ଭିତରୁ ଉକ୍ତ ଛାତ୍ରକୁ ମୃତ ଉଦ୍ଧାର କରିଥିଲେ । କୋଟ୍ଟପୁରମ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପ୍ରାଥମିକ ଅବସ୍ଥାରୁ ଏହା ଏକ ଆତ୍ମହତ୍ୟା ଘଟଣା ହୋଇପାରେ ବୋଲି ପୋଲିସ ସନ୍ଦେହ କରିଛି । ମୃତ ଛାତ୍ରଙ୍କ ଘର ଲୋକଙ୍କୁ ଖବର ଜଣାଇ ଦିଆଯାଇଛି । ଚଳିତ ବର୍ଷ ଫେବୃଆରୀ ମାସରୁ ଆଜି ଯାଏ ଆଇଆଇଟି କ୍ୟାମ୍ପସରେ ଏହା ହେଉଛି ୪ର୍ଥ ମୃତ୍ୟୁ ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.