Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଂଙ୍ଗ୍‌ଙ୍କ ପସନ୍ଦ Movado ରିଷ୍ଟ ଓ୍ଵାଚ୍‌, ଜାଣନ୍ତୁ ଅନ୍ୟ କ୍ଷମତାଶାଳୀ ରାଷ୍ଟ୍ରର ନେତାମାନେ ପିନ୍ଧନ୍ତି କେଉଁ ଘଣ୍ଟା

ଘଣ୍ଟା ପିନ୍ଧିବା କାହା ପାଇଁ ସମୟ ଦେଖିବାର କାରଣ ହୋଇଥାଏ ତ କାହା ପାଇଁ ଏକ ସଉକ । ଜାଣନ୍ତି କି କ୍ଷମତାଶାଳା ରାଷ୍ଟ୍ରର ନେତାମାନଙ୍କ କେଉଁ ଘଣ୍ଟା ପସନ୍ଦ । ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ହାତରେ ‘Movado’ ଘଣ୍ଟା ପିନ୍ଧନ୍ତି ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ । ମୋଦି ତାଙ୍କ ହାତରେ ଘଣ୍ଟା ସର୍ବଦା ଓଲଟା ପିନ୍ଧନ୍ତି । ମୋଦିଙ୍କ କହିବା କଥା ହେଲା ସେ ସର୍ବଦା ମିଟିଂରେ ରହୁଥିବାରୁ ଓଲଟା ଘଣ୍ଟା ଦେଖିବାକୁ ସହଜ ହୋଇଥାଏ ।

ସାମ୍‌ନାର ଥିବା ଲୋକଙ୍କୁ ଏହା ଜଣା ପଡେନି ଯେ ସେ ଘଣ୍ଟା ଦେଖୁଛନ୍ତି ବୋଲି । ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବା କଥା ଯେ ଯଦି ଆପଣ କେଉଁ ମିଟିଂରେ ବସୁଛନ୍ତି ଓ ବାରମ୍ବାର ଘଣ୍ଟା ଦେଖୁଥିବା କଥା ସାମ୍‌ନା ବ୍ୟକ୍ତି ଜାଣୁଛନ୍ତି । ତେବେ ଏହା ତାଙ୍କ ପାଇଁ ଅପମାନଜନକ ହୋଇଥାଏ ।

narendra-modi-watch

ତେଣୁ ଆପଣ ହାତରେ ଓଲଟା ଘଣ୍ଟା ପିନ୍ଧିଥିଲେ ସମୟ ବାରମ୍ବାର ଦେଖିଲେ ମଧ୍ୟ ତାହା ଅନ୍ୟକୁ ଜଣା ପଡ଼ିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ‘Movado’ କମ୍ପାନୀର ହାତ ଘଣ୍ଟା ପିନ୍ଧନ୍ତି ବୋଲି ଇଥସ୍‌ଓ୍ଵାଚେସ୍‌ ଡଟ୍‌ କମ୍‌ ମୋଦିଙ୍କ ସମ୍ପର୍କରେ କହିଛନ୍ତି । ‘Movado’ କମ୍ପାନୀର ଘଣ୍ଟା ଦାମ୍‌ ୩୦ ହଜାର ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ଯାଏ ଥିବା ଜଣାଯାଇଛି ।

kim wrist watch
ସେହିପରି ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉଙ୍ଗ୍‌ଙ୍କର ମଧ୍ୟ ପସନ୍ଦ ‘Movado’ କମ୍ପାନୀର ହାତ ଘଣ୍ଟା । କିମ୍‌ ଜଙ୍ଗ୍‌ ତାଙ୍କ ହାତରେ ‘Movado Museum’ ଘଣ୍ଟା ପିନ୍ଧନ୍ତି ବୋଲି ଜଣାଯାଇଛି ।

 

donald-trump-watch
ଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପସନ୍ଦ ‘Rolex Day-Date’ ହାତ ଘଣ୍ଟା । ସେ ସର୍ବଦା ତାଙ୍କ ହାତରେ ରୋଲେକ୍ସ ଘଣ୍ଟା ପିନ୍ଧିଥିବାର ନଜର ଆସିଥାନ୍ତି ।

 

putin-watch
ଋଷର ରାଷ୍ଟ୍ରପତି ଭ୍ଲାଦ୍‌ମିର ପୁତିନ୍‌ଙ୍କ ହାତରେ ‘Blancpain Grande Date Aqualung’ ହାତ ଘଣ୍ଟା ଦେଖିବାକୁ ମିଳିଥାଏ ।

trudo

ସେହିପରି କାନଡ଼ାର ପ୍ରଧାନମନ୍ତ୍ରୀ ଅଷ୍ଟିନ୍‌ ଟ୍ରୁଡୋ ତାଙ୍କ ହାତରେ ‘IWC Regulateur’ ଘଣ୍ଟା ପିନ୍ଧିଥିବା ଦେଖିବାକୁ ମିଳିଥାଏ ।

 

charleswatch

ବ୍ରିଟିସ୍‌ ରାଜ ପରିବାରର ପ୍ରିନ୍ସ ଚାର୍ଲସ୍‌ ତାଙ୍କ ହାତରେ ‘Parmigiani Fleurier Toric Cronograph’ ଘଣ୍ଟା ପିନ୍ଧିଥିବାର ଦେଖାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.