ଫ୍ୟାନ୍ସଙ୍କ ବିଏମଡବ୍ଲ୍ୟୁ କାରରେ ବସି ଅଟୋଗ୍ରାଫ୍ ଦେଲେ ଧୋନି, ଭାଇରାଲ ହେଉଛି ଭିଡିଓ
ନିକଟରେ ଧୋନିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଧୋନି ତାଙ୍କର ଜଣେ ଫ୍ୟାନଙ୍କ ହୃଦୟ ଜିତିଛନ୍ତି । ଏହି ଭିଡିଓ ବର୍ତ୍ତମାନ ଜୋରସୋରରେ ଭାଇରାଲ ହେଉଛି ।

ଭାରତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ସଫଳ କ୍ୟାପ୍ଟାନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ କ୍ରେଜ୍ ସୁବବେଳେ ଦେଖାଯାଏ । ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ଫ୍ୟାନ୍ସମାନେ ଚାହିଁ ବସିଥାନ୍ତି । କ୍ରିକେଟରୁ ଅବସର ନେବା ପରେ ମଧ୍ୟ ତାଙ୍କର ଫ୍ର୍ୟାନ୍ ଫୋଲୋଇଙ୍ଗ୍ କମ ହୋଇନି । ତାଙ୍କର କ୍ରେଜ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ବଢ଼ିଯାଇଛି । ଧୋନି ମଧ୍ୟ ତାଙ୍କ ଫ୍ୟାନ୍ସଙ୍କୁ ବହୁତ ଭଲ ପାଆନ୍ତି ଏବଂ ପ୍ରତିଦିନ ସେମାନଙ୍କ ସହିତ କୌଣସି ପ୍ରକାରେ ଯୋଡ଼ି ହୋଇ ରହିଥାନ୍ତି । ତେବେ ନିକଟରେ ଧୋନିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଧୋନି ତାଙ୍କର ଜଣେ ଫ୍ୟାନଙ୍କ ହୃଦୟ ଜିତିଛନ୍ତି । ଏହି ଭିଡିଓ ବର୍ତ୍ତମାନ ଜୋରସୋରରେ ଭାଇରାଲ ହେଉଛି ।
ଇସାନ ଜୋସି ନାମକ ଜଣେ ୟୁଜର ଏକ୍ସ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଫ୍ୟାନଙ୍କ ବିଏମଡବ୍ଲ୍ୟୁ କାରରେ ବସି ଧୋନି ତାଙ୍କର ଅଟୋଗ୍ରାଫ ଦେଇଛନ୍ତି । ପ୍ରଥମେ କାରରେ ବସି ଆଶ୍ଚର୍ଯ୍ୟ ହୋଇଥିଲେ ଯେ ସେ କେଉଁଠାରେ ତାଙ୍କର ଅଟୋଗ୍ରାଫ୍ ଦେବେ । କିନ୍ତୁ ପରେ ଫ୍ୟାନ ଜଣଙ୍କ ମହେନ୍ଦ୍ର ସିଂ ଧୋନିଙ୍କୁ ତାଙ୍କ କାରର ପଛ ସିଟରେ ଥିବା ହ୍ୟାଣ୍ଡ ରେଷ୍ଟ ଉପରେ ତାଙ୍କ ଅଟୋଗ୍ରାଫ୍ ଦେବାକୁ କହିଥିଲେ । ଭିଡିଓରେ ଦେଖାଯାଇଛି ଯେ ଧୋନି ନିଜ ଫ୍ୟାନଙ୍କ ଖୁସିକୁ କିପରି ଅନୁଭବ କରୁଛନ୍ତି ଏବଂ ଫ୍ୟାନଙ୍କ କାରରେ ଏକ ବଡ଼ ଅଟୋଗ୍ରାଫ୍ ଦେଇଛନ୍ତି । ଧୋନିଙ୍କୁ ଅଟୋଗ୍ରାଫ ଦେବାରେ ସମସ୍ୟା ହେବାରୁ ସେ ସିଟରୁ ଉଠି ଯାଇଥିବା ମଧ୍ୟ ଦେଖାଯାଇଛି । ଧୋନି ଏପରି କରିବା ପରେ ଫ୍ୟାନଜଣଙ୍କ ଆହୁରି ଅଧିକ ଖୁସି ହୋଇଥିଲେ । ଧୋନିଙ୍କ ଅଟୋଗ୍ରାଫ ଦେବାର ଷ୍ଟାଇଲ ଫ୍ୟାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ତାଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
MS Dhoni signing on Fan’s BMW Car❤️😍
– Thala’s Fandom 🤩#Dhoni #MSDhoni𓃵
🎥 abhi_veins/IG pic.twitter.com/bnvFpo64vU— Ishan Joshi (@ishanjoshii) November 10, 2023
ଏହି ଭିଡିଓରେ ମହେନ୍ଦ୍ର ସିଂ ଧୋନି କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିବାର ନଜର ଆସିଛନ୍ତି । ସେ ଜ୍ୟାକେଟ ସହିତ ସବୁଜ ରଙ୍ଗର ଟ୍ରାଉଜର ପିନ୍ଧିଥିବାର ଦେଖାଯାଇଛି । ଧୋନି ଏହି ଭିଡିଓରେ ବହୁତ ସ୍ମାର୍ଟ ଦେଖାଯାଉଛନ୍ତି । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ କି ଧୋନି ନିକଟରେ କ୍ଲିନ୍ ସେଭ୍ ଲୁକ୍ କରିଛନ୍ତି । ତାଙ୍କ ଲୁକର ଫଟୋ ମଧ୍ୟ ଇଣ୍ଟରନେଟରେ ଜୋରସୋରରେ ଭାଇରାଲ ହୋଇଥିଲା । ଲମ୍ବା କେଶ ସହିତ ଧୋନିଙ୍କ କ୍ଲିନ୍ ସେଭ୍ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଥିଲା । ମହେନ୍ଦ୍ର ସିଂ ଧୋନିଙ୍କୁ କିଛି ସମୟ ପୂର୍ବରୁ ଶାହାରୁଖ ଖାନଙ୍କ ଜନ୍ମଦିନ ପାର୍ଟୀରେ ମଧ୍ୟ ଦେଖିବାକୁ ମିଳିଥିଲା । ସୂଚନାଥାଉ କି ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେବା ପରେ ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ କେବଳ ଆଇପିଏଲରେ ଖେଳୁଥିବାର ନଜର ଆସନ୍ତି ।