ନୃଂଶସତାର ସବୁ ସୀମା ପାର, ୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ସବ୍‌ ଇନ୍ସପେକ୍ଟର ଗିରଫ

୪ ବର୍ଷର ନାବାଳିକାକୁ କଥାରେ ଫସାଇ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ ବାବୁ । ଆଉ ସ୍ଥାନୀୟ ଲୋକେ ଜାଣିବା ପରେ ପୋଲିସ ଅଧିକାରୀ ପ୍ରବଳ ଛେଚିଛନ୍ତି । ଘଟଣାଟି ରାଜସ୍ଥାନର ଦୋସାରେ ଘଟିଛି ।

ନୃଂଶସତାର ସବୁ ସୀମା ପାର କଲେ ପୋଲିସ ସବ୍‌ ଇନ୍ସପେକ୍ଟର । ୪ ବର୍ଷର ନାବାଳିକାକୁ କଥାରେ ଫସାଇ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ ବାବୁ । ଘଟଣାଟି ରାଜସ୍ଥାନର ଦୋସାରେ ଘଟିଛି । ଏହି ଘଟଣାକୁ ନେଇ ଏଏସପି ବଜରଙ୍ଗ ସିଂ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ।

ଖବର ମୁତାବକ, ରାଜସ୍ଥାନ ଜିଲ୍ଲାର ଲାଲସୋଟ ଅଞ୍ଚଳରେ ଭୁପେନ୍ଦ୍ର ସିଂ ନାମକ ଅଭିଯୁକ୍ତ ସବ୍-ଇନ୍ସପେକ୍ଟର ଅପରାହ୍ନରେ ୪ ବର୍ଷର ନାବାଳିକାଙ୍କୁ କଥାରେ ଫସାଇ ରୁମକୁ ନେଇ ଦୁଷ୍କର୍ମ କରିଛନ୍ତି। କେବଳ ସେତିକି ନୁହେଁ, ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଥିବା ମଧ୍ୟ ସେ କହିଛନ୍ତି ।

ଏଏସପି ସିଂ କହିଛନ୍ତି, ପୋଲିସ ଇନ୍ସପେକ୍ଟରଙ୍କ ଘର ପାଖରେ ରହୁଥିବା ପରିବାର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ନାବାଳିକାଙ୍କ ମେଡିକାଲ ଯାଞ୍ଚ ଚାଲିଛି ।

ଏହି ଘଟଣା ପରେ ସ୍ଥାନୀୟ ଲୋକ ଥାନା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ ସ୍ଥାନୀୟ ଲୋକ ସବଇନ୍ସପେକ୍ଟରଙ୍କୁ ମାରିଥିବା ସୂଚନା ମିଳିଛି । ବିଜେପି ସାଂସଦ କିରୋଡି ଲାଲ ମୀନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କହିଛନ୍ତି ଯେ ‘‘ଲାଲସୋଟରେ ଜଣେ ପୋଲିସ୍ ଦ୍ବାରା ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଖୁବ୍ କ୍ରୋଧରେ ଅଛନ୍ତି । ମୁଁ ନିରୀହ ଶିଶୁକୁ ନ୍ୟାୟ ପାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.