୩୭୦୦ ବର୍ଷ ପୁରୁଣା ‘‘ସାଦ ଅଲ-କାଫାରା’’ ଡ୍ୟାମ୍‌, ଜାଣନ୍ତୁ କେଉଁ ଠାରେ ଅବସ୍ଥିତ

‘‘ସାଦ ଅଲ-କାଫାରା’’ , ପ୍ରାଚୀନ ଇଜିପ୍ଟର ପୁରୁଣା ରାଜ୍ୟର ତୃତୀୟ କିମ୍ବା ଚତୁର୍ଥ ରାଜବଂଶ ସମୟରେ ହେଲୱାନର ପୂର୍ବ ୱାଡିଙ୍କ ସମୟରେ ନିର୍ମାଣ ସହିତ ଜଡିତ ହୋଇପାରେ । ଇଜିପ୍ଟ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ୱାଡିରେ ନିର୍ମାଣାଧୀନ ଏକ ବିଶେଷ ରାଜପଥ ରହିଛି ।

କାଇରୋ ଠାରୁ ପ୍ରାୟ ୪୦ କିଲୋମିଟର ସାଇଥ୍‌ ଇଷ୍ଟରେ ଥିବା ହେଲୱାନ୍ ସହର ନିକଟରେ ଏକ ସ୍ୱତନ୍ତ୍ର ବନ୍ଧ ରହିଛିି । ଯାହାକି ପ୍ରାୟ ୩୭୦୦ ବର୍ଷ ପୁରୁଣା । ‘‘ସାଦ ଅଲ-କାଫାରା’’ ପରିତ୍ୟକ୍ତ ଘର ଅଞ୍ଚଳରେ ଅବସ୍ଥିତ । ଏହି ବନ୍ଧଟି ହଠାତ୍ ଅସିଥିବା ତୋଫାନ ଏବଂ ପ୍ରବଳ ବନ୍ୟା ପରିସ୍ଥିତିରୁ ବଞ୍ଚାଇବାରେ ସାହାଯ୍ୟ କରେ । ଏହି ସବୁ ବ୍ୟତୀତ ଏହାର କିଛି ଦାୟୀତ୍ୱ ରହିଛି । ଯେପରି ଏହି ଡ୍ୟାମ୍ ପିରାମିଡ୍‌ ଏବଂ ମାର୍ବଲରେ ତିଆରି ହୋଇଥିବା ପଥର, ମନ୍ଦିର ନିର୍ମାଣ ପାଇଁ ଏବଂ ଆହୁରି ଅନେକ କାମ ପାଇଁ ଜଳ ଯୋଗାଉବା । ହେଲେ ସବୁ ଠାରୁ ଦୁଃଖର ଘଟଣା ଏହାକି ଡ୍ୟାମ୍‌ଟି ସମ୍ପୂର୍ଣ୍ଣ ହେବା ପୂର୍ବରୁ ହି ଏକ ବନ୍ୟାରେ ନଷ୍ଟ ହୋଇଯାଇଥିଲା । କିନ୍ତୁ ଏହାର ଐତିହାସିକ ମହତ୍ତ୍ୱ ଏବେବି ରହିଛି ।

୩୭୦୦ ବର୍ଷ ପୁରୁଣା ଡ୍ୟାମ୍ କେଉଁଠି ମିଳିଲା :
ସୂଚନା ଅନୁସାରେ, ଏହା ୧୪୦ ବର୍ଷ ପୂର୍ବେ ପୁଣି ତିଆରି କରାଯାଇଥିଲା । ଏହି ବନ୍ଧକୁ ଦୁନିଆର ସବୁ ଠାରୁ ପୁରୁଣା ବନ୍ଧର ମାନ୍ୟତା ମିଳିଛି । ୱାଡି ଗାରାଭିରେ ଅବସ୍ଥିତ ଏହି ବନ୍ଧଟି ଗରାଭି ଉପତ୍ୟକାର ଅଞ୍ଚଳରେ ଅବସ୍ଥିତ ଯାହାର ମାପ ପ୍ରାୟ ୧୦୦ ମିଟର ହେବ । ଇଜିପ୍ଟର ଜଣେ ବିଶେଷଜ୍ଞ ପୂର୍ବରୁ ସାଦ ଅଲ-କାଫାରାର ଏକ ଫଟୋ X ରେ ସେୟାର କରିଥିଲେ । ପ୍ରାଚୀନ ବନ୍ଧଗୁଡ଼ିକର ବିଶାଳ ମରୁଭୂମି ଅଞ୍ଚଳରେ ଅବସ୍ଥିତ । ତେବେ ଏହି ସବୁ ଫଟୋ X ଜରିଆରେ ୟୁଜର୍ସ ଦେଖିବା ପାରେ, ଏହାକୁ ନେଇ ଅନେକ ପ୍ରକାରର ମତ ଦେଇଛନ୍ତି ।

ଏହି ବନ୍ଧ କାହିଁକି ନିର୍ମାଣ ହେଲା ?

ୟୁଜର୍ସ କ୍ୟାପସନରେ ଲେଖିଛନ୍ତି, ‘‘ସାଦ ଅଲ-କାଫାରା’’ , ପ୍ରାଚୀନ ଇଜିପ୍ଟର ପୁରୁଣା ରାଜ୍ୟର ତୃତୀୟ କିମ୍ବା ଚତୁର୍ଥ ରାଜବଂଶ ସମୟରେ ହେଲୱାନର ପୂର୍ବ ୱାଡିଙ୍କ ସମୟରେ ନିର୍ମାଣ ସହିତ ଜଡିତ ହୋଇପାରେ । ଇଜିପ୍ଟ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ୱାଡିରେ ନିର୍ମାଣାଧୀନ ଏକ ସ୍ୱତନ୍ତ୍ର ରାଜପଥ ରହିଛି । କିନ୍ତୁ ଡ୍ୟାମ ପରିତ୍ୟକ୍ତ ଘର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ସାଦ ଅଲ-କାଫାରାକୁ ଘେରି ରହିଥିବା କିମ୍ବଦନ୍ତୀରୁ ଜଣାପଡିଛି ଯେ ଡ୍ୟାମ ନିର୍ମାଣର ଉଦ୍ଦେଶ୍ୟ ଥିଲା, ଯେ ବନ୍ୟା ପରିସ୍ଥିତିରୁ ରକ୍ଷା କରିବା ଏବଂ ନୀଳ ଉପତ୍ୟକା ନିକଟରେ ଥିବା ସମ୍ଭାବ୍ୟ ବସ୍ତିଗୁଡିକୁ ସୁରକ୍ଷା ଦେବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.