Below header

ବିଜେଡି ଛାଡିଲେ ଅଭିନେତା ଅରିନ୍ଦମ୍‌

ଓଲିଉଡ ଅଭିନେତା ତଥା ବିଜେଡି ସାଧାରଣ ସମ୍ପାଦକ ଅରିନ୍ଦମ ରାୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତପା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

ଭୁବନେଶ୍ୱର : ଓଲିଉଡ ଅଭିନେତା ତଥା ବିଜେଡି ସାଧାରଣ ସମ୍ପାଦକ ଅରିନ୍ଦମ ରାୟ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତପା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେ ତାଙ୍କର ଇସ୍ତଫାରେ ଦଳର ସାଧାରଣ ସମ୍ପାଦକ ପଦ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ଉଲ୍ଲେଖ କରିଛନ୍ତି । ଇସ୍ତଫା ପତ୍ରରେ ଦଳର ସଭାପତି ନବୀନଙ୍କ ଠାରେ କ୍ଷୋଭ ପ୍ରକାଶ କର ିବା ସହ ଦଳରେ ତାଙ୍କ କାର୍ଯ୍ୟକୁ ମର୍ଯ୍ୟାଦା ମିଳୁନଥିବା କହିଛନ୍ତି । ଅନେକ ଥର ଆପଣଙ୍କୁ ଭେଟିବାକୁ ଚାହିଁଲେ ବି ଦେଖା ମିଳୁନି । ଆପଣଙ୍କୁ ଦେଖା କରିବାର ମାପଦଣ୍ଡ ପୁରଣ କରୁନଥିବା ଅନୁଭବ କରୁଛି । ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲ ଭାବୁଛି । ତେଣୁ ଆଶା ମୋ ପରିସ୍ଥିତି ବୁଝିବେ ଓ ମୋ ଉପରେ ଆକ୍ରୋଶ ରଖିବେ ନାହିଁ ବୋଲି ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.