Below header

ଦୀର୍ଘ ୩ବର୍ଷ ହେବ ଅଙ୍ଗାନବାଡି ଗୃହ ପାଇଁ ଆଦେଶ ମିଳିଥିଲେ ମଧ୍ଯ ଫଳ ଶୂନ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପିଲାମାନେ

ନରସିଂହପୁର: ସଭିଏଁ ପଢିବେ ସଭିଏଁ ବଢିବେ । ଏଥିପାଇଁ ସରକାରର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏହା କେତେଦୂର କାର୍ଯ୍ଯକାରୀ ହେଉଛି ତାହା ଉପରେ କାହାର ନଜର ନାହିଁ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ବ୍ଲକ ବେଲପଡା ଗ୍ରାମରେ। ଯେଉଁଠି ଦୀର୍ଘ ୩ବର୍ଷ ହେବ ଅଙ୍ଗାନବାଡି ଗୃହ ପାଇଁ ଆଦେଶ ମିଳିଥିଲେ ମଧ୍ଯ ପ୍ରଶାସନର ଅବହେଳା ଯୋଗୁଁ ପିଲାମାନେ ପାଠ ପଢିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଗ୍ରାମର ୩ଟି ସାହିରେ ୧୫ରୁ ଅଧିକ ପିଲା ଅଙ୍ଗନାବାଡିରେ ପଢୁ ଥିବାବେଳେ ଘର ଖଣ୍ଡିଏ ନଥିବାରୁ ସେମାନଙ୍କୁ ଗାଁରେ ଥିବା ସ୍କୁଲ ଘରେ ପଢା ଯାଉଛି । କିନ୍ତୁ ବେଳେ ବେଳେ ସ୍କୁଲ ଖୋଲିବାରେ ବିଳମ୍ବ ହେଲେ ସେମାନଙ୍କୁ ବାହାରେ ଅପେକ୍ଷା କରିବାକୁ ପଡୁଛି । ଅନ୍ଯପଟେ ଦୀର୍ଘ ୩ବର୍ଷ ହେବ ଅଙ୍ଗନାବାଡି ଘର ପାଇଁ ସରକାରଙ୍କ ତରଫରୁ ଅନୁମତି ମିଳିଥିଲେ ମଧ୍ୟ କିଛି ଖଳ ପ୍ରକୃତିର ଲୋକ କାମ କରାଇ ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ, ଅଙ୍ଗନାବାଡି ଦିଦି ଏବଂ ଅଭିଭାବକ ମାନେ ।

schoolତେବେ ଅଙ୍ଗନାବାଡି ଘର ପାଇଁ ସ୍ଥାନ ଚିହ୍ନଟ ପରେ କାମ ଆରମ୍ଭ ହୋଇଥିଲେ ବି କିଛି ଅସାମାଜିବା ଲୋକ ସେଠାରେ ଗଣ୍ଡଗୋଳ ସହ ତିଆରି ଚାଲିଥିବା ଘରକୁ ଭଙ୍ଗା ରୁଜା କରିଦେଇଥିବାର କୁହାଯାଇଛି। ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ଯନୁଷ୍ଠାନ ସହ ତୁରନ୍ତ ଘର କରାନଗଲେ, ଗ୍ରାମବାସୀ ମାନେ ରାଜ ରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି । ଅପରପଟେ ଏନେଇ ତହସିଲଦାରଙ୍କ ସହ ଯୋଗାଯୋଗ ପରେ ସଠିକ ଜାଗା ଚିହ୍ନଟ କରାଯାଇ ଖୁବ ଶୀଘ୍ର ସମସ୍ଯାର ସମାଧାନ କରାଯିବା ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.