Below header

ଓଡ଼ିଶାରେ ଲକ୍ଷ୍ମୀ ମିତ୍ତଲ, କେନ୍ଦ୍ରାପଡ଼ାରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ଲକ୍ଷ୍ମୀ ମିତ୍ତଲ । ବିଶ୍ୱସ୍ତରୀୟ ଇସ୍ପାତ କମ୍ପାନୀ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତ୍ତଲ ଓଡ଼ିଶା ଗସ୍ତରେ ଆସିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । କେନ୍ଦ୍ରାପଡ଼ାରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ପ୍ରସଙ୍ଗରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି । ଏହାପୂର୍ବରୁ ଆର୍ସେଲର-ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନୀ ପରିଦର୍ଶନ କରିଛନ୍ତି । ପରେ ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

arcelor mittal1

ଏହାପରେ ବନ୍ଦର ଜେଟୀ ଦେଇ କେନ୍ଦ୍ରାପଡାରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ସ୍ଥାନ ପରିଦର୍ଶନ କରିଥିଲେ । କେନ୍ଦ୍ରାପଡ଼ାରେ ମିତ୍ତଲଙ୍କ ସହଯୋଗୀ ସଂସ୍ଥା ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ (AMNS) ୫୦ ହଜାର କୋଟି ଟଙ୍କା ବିନିଯୋଗ କରୁଛି । ୫୦ ହଜାର କୋଟି ଟଙ୍କା ଖର୍ଚ୍ଚରେ ଏକ ସମନ୍ଵିତ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରହିଛି । ଆଜି ପ୍ରୋଜେକ୍ଟ ସାଇଟ ଦେଖିଛନ୍ତି ଲକ୍ଷ୍ମୀ ମିତ୍ତଲ । ମିତ୍ତଲଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.