ଘରେ ବନାନ୍ତୁ ତରିଓ୍ଵାଲା ଚିକେନ

ତରିଓ୍ଵାଲା ଚିକେନ ଏକ ମସଲାଯୁକ୍ତ ଗ୍ରେଭି ହୋଇଥାଏ । ଏହି ଗ୍ରେଭି ଏତେ ସ୍ୱାଦଯୁକ୍ତ ଯେ ଥରେ ଖାଇଲେ ଏହାକୁ ଭୂଲି ପାରିବେ ନାହିଁ । ଆସନ୍ତୁ ଜାଣିବା କେମିତି ବନାଇବେ ତରିଓ୍ଵାଲା ଚିକେନ  ।

ଆବଶ୍ୟକୀୟ ସାମଗ୍ରୀ :

୫୦୦ ଗ୍ରାମ ଚିକେନ

କିଛି କଟା ପିଆଜ

୩ ଟି ଟମାଟର (ଛୋଟ କଟା ହୋଇଥିବା)

ଅଧା କପ୍‌ ଦହି

୧ ବଡ଼ ଚାମଚ ଲଙ୍କା ଗୁଣ୍ଡ

୧ ବଡ଼ ଚାମଚ ଧନିଆ ଗୁଣ୍ଡ

ଅଧା ଛୋଟ ଚାମଚ ଜିରା ପାଉଡର

ଅଧା ଛୋଟ ଚାମଚ ହଳଦୀ ପାଉଡର

ଗୋଟିଏ ତେଜ ପତ୍ର

ଗୋଟିଏ ଷ୍ଟାର ଅଣସୀ ଫୁଲ

୪ ଟି କଳା ମରିଚ

୨ ଟି ଲବଙ୍ଗ

୨ ବଡ଼ ଚାମଚ ଅଦା ରସୁଣ ପେଷ୍ଟ

ପ୍ରସ୍ତୁତି ବିଧି

୧. ପ୍ରଥମେ ଚିକେନକୁ ଦହି, ଗୁଣ୍ଡ ମସଲା ଓ ଅଦା ରସୁଣ ପେଷ୍ଟ ସହିତ ୩୦ ମିନିଟ ଯାଏ ମେରିନେଟ କରନ୍ତୁ ।

୨. ଏବେ ଗ୍ୟାସରେ ପ୍ୟାନ ବସାଇ ଏଥିରେ ତେଲ ପକାନ୍ତୁ । ତେଲ ଗରମ ହେଲେ ପିଆଜ ପକାଇ ଲାଲ୍‌ ହେବା ଯାଏ ଅପେକ୍ଷା କରନ୍ତୁ ।ପିଆଜ ଲାଲ୍‌ ହୋଇଗଲେ ଏହାକୁ କାଢ଼ି ଦିଅନ୍ତୁ । ଏବେ ଏଥିରେ ଚିକେନ ପକାଇ ଫ୍ରାଏ କରନ୍ତୁ ।

୩. ଚିକେନ ଫ୍ରାଏ ହୋଇଗଲେ ଏଥିରେ ଅଦା ରସୁଣ ପେଷ୍ଟ ପକାଇ ଭଲ ଭାବେ କଷନ୍ତୁ । ଯେତେବେଳେ ମସଲା ଭଲ ଭାବରେ କଷି ହୋଇଯିବ ଏଥିରେ ଅଳ୍ପ ପାଣି ଦିଅନ୍ତୁ ।

୪. ମଧ୍ୟମ ଆଞ୍ଚରେ ଏହାକୁ ୫ ମିନିଟ ଯାଏ ସିଝିବାକୁ ଦିଅନ୍ତୁ । ପୁଣି ଏଥିରେ ଦହି ମିଶାଇ କଷନ୍ତୁ ଯେପରି ତେଲ ଅଲଗା ହୋଇଯିବ ।

୫. ଚିକେନ ସିଝି ଗଲା ପରେ ଏଥିରେ ତେଲରେ ଭାଜି ରଖିଥିବା ପିଆଜକୁ ମିଶାନ୍ତୁ ଓ ଆଉ ୬ ମିନିଟ ଯାଏ ରାନ୍ଧନ୍ତୁ ।

୬. ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ତରିଓ୍ଵାଲା ଚିକେନ । ଖାଆନ୍ତୁ ଓ ମଜା ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.