Below header

ଦେହ ସାରା ପୋକ ସାଲୁବାଲୁ ଗନ୍ଧରେ ଫାଟି ପଡୁଛି ଘର, ଭିତରେ ମରିଶୋଇଛନ୍ତି ସାମ୍ବାଦିକ

ହଁ ଜଣେ ଦୈନିକ ଖବରକାଗଜର ସାମ୍ବାଦିକ ଇଏ । କିନ୍ତୁ ୪ ଦିନ ହେଲା ମଲେଣି କାହାକୁ ଜଣାନାହିଁ । ଶବ ପଚି ପୋକ ସାଲୁବାଲୁ ହେଲାଣି କିନ୍ତୁ କେହି ଜଣେ ହେଲେ ବି ଟେର ପାଇନାହାଁନ୍ତି ଏ ବିଷୟରେ ।

ବ୍ରହ୍ମପୁର (କେନ୍ୟୁଜ) : ଦେହ ସାରା ପୋକ ସାଲୁବାଲୁ । ଗନ୍ଧରେ ଫାଟି ପଡୁଛି ଘର । ଆଗରେ ଥୁଆ ହୋଇଛି ବାଇକ୍‌ । କିନ୍ତୁ ନାହାଁନ୍ତି ବାଇକ୍‌ ଚଲେଇବା ଲୋକ । ଘର ଖୋଲା ଆଗରେ ଛିଡା ହୋଇଛି ବାଇକ୍‌ । ଭିତରେ ମରିଶୋଇଛନ୍ତି ସାମ୍ବାଦିକ । ହଁ ଜଣେ ଦୈନିକ ଖବରକାଗଜର ସାମ୍ବାଦିକ ଇଏ । କିନ୍ତୁ ୪ ଦିନ ହେଲା ମଲେଣି କାହାକୁ ଜଣାନାହିଁ । ଶବ ପଚି ପୋକ ସାଲୁବାଲୁ ହେଲାଣି କିନ୍ତୁ କେହି ଜଣେ ହେଲେ ବି ଟେର ପାଇନାହାଁନ୍ତି ଏ ବିଷୟରେ ।

ତାଙ୍କ ଶରୀର ପଚି ଏପରି ଭାବେ ହୋଇଛି ଯେ ଯାହାର ଚିତ୍ର ଆମେ ଆଜ୍ଞା ଆପଣଙ୍କୁ ଦେଖାଇପାରିବୁନି । ଯିଏ ଅନ୍ୟମାନଙ୍କ ଖବର ସଂଗ୍ରହ କରି ପବ୍ଲିସ୍‌ କରନ୍ତି ଆପଣମାନଙ୍କ ପାଖରେ । କିନ୍ତୁ ଆଜି ତାଙ୍କର ମଲା ଖବର କେହି ବି ଜାଣିନାହାଁନ୍ତି । ମରିବାର ଖବର ଜାଣିବା ତ ଦୂରର କଥା ତାଙ୍କ ବିଷୟରେ କୌଣସି ଖୋଜ୍‌ ଖବର ବି କାହା ପାଖରେ ନଥିଲା । କିନ୍ତୁ ସାମ୍ବାଦିକ ମରି ଶୋଇଥିଲେ ନିଜ ଭଡା ଘରେ ।

ଗୋପାଳପୁର ଥାନା ଅନ୍ତର୍ଗତ ରେଡିକା ସାହିର ଏକ ଭଡ଼ା ଘରୁ ସାମ୍ବାଦିକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଗାଙ୍ଗପୁର ଥାନା ଖଇରପୁଟି ଗ୍ରାମର ଜଗନ୍ନାଥ ନାୟକ। ସେ ଏକ ଦୈନିକ ଖବର କାଗଜରେ ବେଲଗୁଣ୍ଠା ବ୍ଲକ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ସହ ଗୋପାଳପୁର ଅଞ୍ଚଳରେ ଏକ ଫାଷ୍ଟ ଫୁଡ୍ ଦୋକାନ କରୁଥିଲେ।
ଜଗନ୍ନାଥଙ୍କ ଭାଇ ପୁନିଆ ଗତ ମଙ୍ଗଳବାର ଦିନ କଲ କରିବାବେଳେ ମୋବାଇଲ ସ୍ୱିଚ ଅଫ ହୋଇଥିଲା। ଏହାପରେ ସେ ତାଙ୍କ ସହ ଯୋଗାଯୋଗ ନ କରିପାରିବାରୁ ଭାଇଙ୍କୁ ଦେଖା କରିବାକୁ ଗୋପାଳପୁର ଆସିଥିଲା। ଏଠାରେ ଭଡ଼ା ରହୁଥିବା ଘରୁ ଦୁର୍ଗନ୍ଧ ବାହାରିବା ଜାଣି ସେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ଶବ ନିକଟରୁ ଏକ ବଡ ପଥର ଓ କାଠ ଫାଳିଆ ମିଳିଛି। ପଥର ଛେଚି ଓ କାଠ ଫାଳିଆରେ ହତ୍ୟା କରାଯାଉଥିବା ସନ୍ଦେହ କରୁଚି ପୋଲିସ। ଜଗନ୍ନାଥଙ୍କ ସହକର୍ମୀ କୁଆଡେ ଫେରାର ହୋଇଯାଇଥିବା ବେଳେ ତାଙ୍କ ବେକରୁ ଚେନ୍ ଓ ହାତ ମୁଦି ନ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ହତ୍ୟା ସନ୍ଦେହ କରାଯାଉଥିବା ବେଳେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ ଓ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରି ଫେରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.