Below header

କଡ଼ା ସୁରକ୍ଷା ମଧ୍ୟରେ ମା’ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା, ଲୋକଙ୍କ ଯାତାୟତକୁ ବାରଣ

ଯାଜପୁର ଟାଉନ(କେନ୍ୟୁଜ୍‌) : ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା ଆଜି ଅନୁଷ୍ଠିତ ହେବ । ଏଥିପାଇଁ ମନ୍ଦିରର ପଶ୍ଚିମ ଦ୍ୱାରକୁ ଛାଡ଼ି ଅନ୍ୟ ସବୁ ପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି । ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ଲୋକମାନଙ୍କ ଯାତାୟତକୁ ବାରଣ କରାଯାଇଛି ।

jajpur town-4

ମନ୍ଦିର ଚାରିପଟେ ବାରିକେଡ୍‌ କରାଯାଇ ରାସ୍ତାଗୁଡିକୁ ସିଲ୍ କରାଯାଇଛି । କିନ୍ତୁ ପଶ୍ଚିମ ପାର୍ଶ୍ୱ ମୁଖ୍ୟରାସ୍ତା ହୋଇଥିବାରୁ ଗାଡ଼ି ଚଳାଚଳର ସମସ୍ୟାକୁ ଦୃଷ୍ଟିରେ ରଖି ଅପରାହ୍ନ ୩.୩୦ରୁ ୬.୩୦ ପର୍ଯ୍ୟନ୍ତ ୧୪୪ଧାରା ନିୟମ କାର୍ଯ୍ୟକାରୀ କରାଯିବ । ଅପରାହ୍ନ ୪ ଟାରୁ ୬ ମଧ୍ୟରେ ରଥଟଣା କାର୍ଯ୍ୟ ସମ୍ପନ୍ନ ହେବାକୁ ଥିବା ବେଳେ ପୂର୍ବ ପର ପ୍ରସ୍ତୁତି ପାଇଁ ଆଉ ଅଧ ଘଣ୍ଟାଏ ସମୟ ଦିଆଯାଇଛି ।

jajpur town-6pg

ରଥଯାତ୍ରା ପାଇଁ ୨ଜଣ ଇନିସପେକ୍ଟର, ୭ ଜଣ ସବ ଇନିସପେକ୍ଟର,୯ ଜଣ ଏଏସଆଇ, ୪୧ ହୋମଗାର୍ଡଙ୍କ ସହ ୪ ପ୍ଲାଟୁନ ଏବଂ ଗୋଟିଏ ସେକ୍ସନ ପୁଲିସ ମୁତୟନ କରିବାକୁ ବ୍ୟବସ୍ଥା ହୋଇଛି । ଆଜି ସକାଳୁ ବୈତରଣୀରୁ ଜଳ ଆସି ମା’ଙ୍କୁ ସ୍ନାନ କରାଯାଇଥିଲା । ରଥ ପ୍ରତିଷ୍ଠା ପରେ ପୂଜାର୍ଚ୍ଚନା କରାଯାଇ ରଥଯାତ୍ରା ଆରମ୍ଭ ହେବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.