Below header

ଦୀପୁ-ଓମ୍‌ ହତ୍ୟାକାଣ୍ତ ମାମଲା: ଚାଉଳିଆଗଞ୍ଜ ଥାନାର ତତ୍କାଳୀନ IIC ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟ ଗ୍ରହଣ

କଟକ(କେନ୍ୟୁଜ୍): ଦୀପୁ-ଓମ୍‌ ହତ୍ୟାକାଣ୍ତ ମାମଲାରେ ଚାଉଳିଆଗଞ୍ଜ ଥାନାର ତତ୍କାଳୀନ IIC ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ଜିଲ୍ଲା ଅଦାଲତରେ ମାମଲାର ଶୁଣାଣି ସମୟରେ ଅଜୟ ଦାସ ହାଜର ହୋଇ ସାକ୍ଷୀ ଦେଇଥିଲେ । ମାମଲାର ଶୁଣାଣି ବେଳେ ଅଜୟ ଦାସଙ୍କୁ ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ଜେରା କରିବେ । ସୁଶୀଲକୁ ବାଲେଶ୍ୱର ଜେଲ ଓ ସୁଶାନ୍ତକୁ ବଲାଙ୍ଗୀର ଜେଲରୁ ଅଣାଯାଇ କଡା ସୁରକ୍ଷା ବ୍ୟବସ୍ଥାରେ ଜିଲ୍ଲା ଅଦାଲତରେ ହାଜର କରାଯାଇଥିଲା ।

ମାମଲାର ଶୁଣାଣି ଆଜି ଧାର୍ଯ୍ୟ କରାଯାଇଥିବା ବେଳେ ଅସ୍ଥାୟୀ ଭାବେ ସୁଶୀଲକୁ ଝାରପଡ଼ା ଜେଲରେ ଓ ସୁଶାନ୍ତକୁ ଚୌଦ୍ୱାର ଜେଲରେ ରଖାଯାଇଛି । ଆଜି ଉଭୟଙ୍କୁ ପୁଣି ଅଦାଲତରେ ହାଜର କରାଯିବ। ଧଳସାମନ୍ତଙ୍କ ପକ୍ଷରୁ ଆଇନଜୀବୀ ସେରଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି । ଦୀପୁ ଓରଫ୍‌ ମନୋଜ ମଲ୍ଲିକ ଓ ଓମ୍‌ ଓରଫ ଓମ ପ୍ରକାଶ ସ୍ୱାଇଁଙ୍କୁ ଖୁଣ୍ଟକଟା ଫାର୍ମ ହାଉସରେ ପିଟିପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡଖଣ୍ତରେ ପୋଡି ଦିଆଯାଇଥିବା ଅଭିଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.