Below header

ବକେୟା ଭତ୍ତା ନ ମିଳିବାରୁ ଅସନ୍ତୁଷ୍ଟ ୱାର୍ଡ ମେମ୍ବର, ପିଇଓଙ୍କୁ ଅଫିସ ଭିତରେ ପକାଇଲେ ତାଲା

ଜଳେଶ୍ବର ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି । ୱାର୍ଡ ମେମ୍ବରଙ୍କ ଭତ୍ତା ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ବାଳଙ୍କୁ ଅଫିସ ଭିତରେ ରାତି ସାରା ତାଲା ମାରି ଅଟକ ରଖିଛନ୍ତ । ଏବେ ପିଇଓ ଅଫିସ୍ ଭିତରେ ରହିଛନ୍ତି।

ଜଳେଶ୍ବର (କେନ୍ୟୁଜ): ଜଳେଶ୍ବର ବସ୍ତା ବ୍ଲକ୍ ଅନ୍ତର୍ଗତ ମଥାନୀ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି । ୱାର୍ଡ ମେମ୍ବରଙ୍କ ଭତ୍ତା ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ବାଳଙ୍କୁ ଅଫିସ ଭିତରେ ରାତି ସାରା ତାଲା ମାରି ଅଟକ ରଖିଛନ୍ତ । ଏବେ ପିଇଓ ଅଫିସ୍ ଭିତରେ ରହିଛନ୍ତି। ଏନେଇ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ ମଥାନୀ ପଞ୍ଚାୟତର ୱାର୍ଡ ମେମ୍ବର ମାନେ ଦୀର୍ଘ ୭ ମାସ ହେବ ଭତ୍ତା ଟଙ୍କା ପାଇ ନଥିଲେ । ଏ ବାବଦରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଯାହାକୁ ନେଇ ୱାର୍ଡ ମେମ୍ବର ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ଯ ରେ ପାଟିତୁଣ୍ତ ଆରମ୍ଭ ହୋଇଥିଲା । ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ବାଳ ୭ମାସର ବକେୟା ଭତ୍ତା ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ତୁରନ୍ତ ଭତ୍ତା ପ୍ରଦାନ ଦାବିରେ ୱାର୍ଡ ମେମ୍ବର ମାନେ ଗତକାଲି ଠାରୁ ବର୍ତ୍ତମାନ ପର୍ଯ୍ଯନ୍ତ ଭାଗବଙ୍କୁ ପଞ୍ଚାୟତ କାର୍ଯ୍ଯାଳୟରେ ତାଲା ମାରି ଅଟକ ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.