Below header

ଅକ୍ଟୋବର ୨ରୁ ବିଶ୍ୱବ୍ୟାପୀ ଦୁଇ ବର୍ଷ ପାଳନ ହେବ ଗାନ୍ଧୀ ଜୟନ୍ତୀ, ରନ୍‌ ଫର ୟୁନିଟିରେ ସାମିଲ ହେବାକୁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ (କେନ୍ୟୁଜ୍) : ଅକ୍ଟୋବର ୨ରୁ ବିଶ୍ୱବ୍ୟାପୀ ଦୁଇ ବର୍ଷ ପାଳନ ହେବ ଗାନ୍ଧୀ ଜୟନ୍ତୀ । ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପୂର୍ତ୍ତି ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ମୋଦି କହିଛନ୍ତି ଗାନ୍ଧୀଜୀଙ୍କ ବିଚାର ପୂରା ବିଶ୍ୱକୁ ପ୍ରେରିତ କରିଥିଲା । ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେଉଥିଲେ । ସ୍ୱଚ୍ଛ ଭାରତରେ ସବୁ ବର୍ଗର ଲୋକେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସମ୍ମିଳନୀକୁ ନେଇ ବଡ଼ ଆୟୋଜନ କରାଯିବ ।

ଅକ୍ଟୋବର ୩୧ ତାରିଖରେ ସାରା ଦେଶରେ ରନ୍ ଫର ୟୁନିଟି କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସର୍ଜିକାଲ ଷ୍ଟ୍ରାଇକ୍କୁ ଦୁଇ ବର୍ଷ ପୂରଣ ଅବସରରେ ଯବାନଙ୍କୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ପାକିସ୍ତାନକୁ ଆମ ଯବାନ କଡ଼ା ଜବାବ ଦେଇଛନ୍ତି । ଭାରତ ସର୍ବଦା ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତିବଦ୍ଧ । ଆମ ବାୟୁସେନା ବିଶ୍ୱର ଶକ୍ତିଶାଳୀସେନା ମଧ୍ୟରୁ ଅନ୍ୟତ୍ତମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.