Below header

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ, ଭିତରେ ଓ ବାହାରେ କାମ ଆରମ୍ଭ କରି ଦେଇଛନ୍ତି ଓଡ୍ରାଫ ଓ ଏନ୍‌ଡିଆରଏଫ ଟିମ୍‌

ବାତ୍ୟା ଫନି ଯୋଗୁଁ ଶ୍ରୀହୀନ ହୋଇଛି ଶ୍ରୀମନ୍ଦିର । ମୁଖ୍ୟ ମନ୍ଦିରରୁ ଏକ ବଡ ସିଂହ ମୂର୍ତ୍ତି ଭାଙ୍ଗି ଖସି ପଡିଥିବା ବେଳେ ଲୁହା ଭାର ଭାଙ୍ଗି ଅନେକ କାରୁକାର‌୍ୟ୍ୟ ନଷ୍ଟି ହୋଇଛି । ସେହିପରି ସିଂହଦ୍ୱାରରେ ଥିବା ଜୟ ବିଜୟ ମୂର୍ତ୍ତି ମଧ୍ୟରୁ ଜୟ ମୂର୍ତ୍ତି ଭାଙ୍ଗି ତଳେ ପଡିଥିବା ବେଳେ ଚାହାଁଣୀ ମୂଣ୍ଡପ ଭାଙ୍ଗିରୁଜି ଯାଇଛି । ବହୁ ପୁରାତନ କଳ୍ପବଟର ଶାଖା ପ୍ରଶାଖା ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ନିଳାଚଳ ଉପବନ ଓ ଶତାଧିକ ଗଛ ଭାଙ୍ଗି ନଷ୍ଟ ହୋଇଛି । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମହାପ୍ରଭୂଙ୍କ ନତିକାନ୍ତ ଜାରି ରହିଛି ।

ଶ୍ରୀମନ୍ଦିର କ୍ଷୟକ୍ଷତିର ପରିମାଣ ୫ କୋଟି ୧୦ ଲକ୍ଷ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସିଭିଲ ଓ୍ଵାର୍କର କ୍ଷତି ୩ କୋଟି ୨୪ ଲକ୍ଷ ହୋଇଥିବା ବେଳେ ବିଦ୍ୟୁତ ବିଭାଗର କ୍ଷତି ୨୪ ଲକ୍ଷ ଓ ଅନ୍ୟାନ୍ୟ କ୍ଷତି ୨ କୋଟି ବୋଲି ଆକଳନ କରାଯାଇଛି । ତେବେ ଭାଙ୍ଗିଥିବା ସିଂହମୂତ୍ତି ଓ ଜୟ ବିଜୟ ମୂର୍ତ୍ତି ପଥରରେ ତିଆରି କରିବା ପାଇଁ ଏଏସଆଇକୁ କୁହାଯାଇଛି । ଆଗକୁ ରଥଯାତ୍ରା ଥିବାରୁ ଗୁଣ୍ଡିଚା ମନ୍ଦିରର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ନଷ୍ଟ ହୋଇଥିବା ନିଳାଚଳ ଉପବନ ଓ ଭାଙ୍ଗିଯାଇଥିବା ଗଛ ଗୁଡିକର ଅବରୋଧ ମଧ୍ୟ ହଟାଯାଉଛି ।

ଶ୍ରୀମନ୍ଦିର ପୁନଃନିର୍ମାଣ କାର‌୍ୟ୍ୟ ରାଜ୍ୟ ସରକାର ଓ ଆଇନ ବିଭାଗର ହୋଇଥିବା ବେଳେ ଆଇଓସିଏଲ ପକ୍ଷରୁ ୫କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ରଥାଯାତ୍ରାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ମରାମତି କାର‌୍ୟ୍ୟ ପାଇଁ ତତ୍ପରତା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.