Below header

ପଡିଗଲେ ନା କିଏ ଠେଲିଦେଲା ? ଆଖି ବୁଜିଲେ ଫ୍ଲାଏ ଓଭରରୁ ଖସିପଡିଥିବା ଛାତ୍ର

ସମ୍ବଲପୁର (କେନ୍ୟୁଜ): ଗତକାଲି ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟ ଫ୍ଲାଏ ଓଭର ବ୍ରିଜରୁ ତଳକୁ ଖସି ଗୁରୁତର ହୋଇଥିବା ଛାତ୍ର ଆଜି ଆଖି ବୁଜିଛନ୍ତି। ମୃତ ଛାତ୍ର ଜଣକ ହେଲେ କ୍ଲିଫର୍ଡ କୁଜୁର । ତେବେ ଛାତ୍ର ଜଣକ ବ୍ରିଜ ତଳକୁ ଦେଖୁଥିବା ସମୟରେ ତଳକୁ ଖସି ପଡ଼ିଥିଲେ। ପ୍ରାୟ ୪୦ ଫୁଟ ଉପରୁ ପଡ଼ିଥିଲେ ଛାତ୍ର ଜଣକ । ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ସମ୍ବଲପୁର ସଦର ମେଡିକାଲକୁ ନେଇଥିଲେ। ଛାତ୍ର ଜଣଙ୍କର ମୁହଁ ଓ ଅଣ୍ଟାରେ ଆଘାତ ଲାଗିଛି । ତେବେ ସଦର ମେଡ଼ିକାଲରେ ପ୍ରାରମ୍ଭିକ ଚିକିତ୍ସା କରି ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ପଠେଇ ଦିଆଯାଇଥିଲା। ଆଜି ସେଠାରେ ତାଙ୍କ ମୃତ୍ୟୁ ହୋଇଛି।

ଗତକାଲି ସ୍କୁଲରେ ପରୀକ୍ଷା ଥିବା ବେଳେ ପରୀକ୍ଷା ସାରି କ୍ଲିଫର୍ଡ ଅପରାହ୍ନ ଗୋଟାଏରେ ସାଇକେଲ ଯୋଗେ ଘରକୁ ବାହାରିଥିଲେ। ଏଥିନିମନ୍ତେ ସେ ଫ୍ଲାଏ ଓଭର ଅତିକ୍ରମ କରୁଥିବା ବେଳେ ଅଚାନକ ତଳକୁ ଖସି ପଡ଼ିଥିଲେ। ତେଣୁ ସେ କିପରି ତଳକୁ ଖସିଲେ ନା ତାଙ୍କୁ କିଏ ତଳକୁ ଠେଲି ଦେଇଥିଲା ସ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ତାଙ୍କ ସାଇକେଲଟି ଫ୍ଲାଏ ଓଭର ବ୍ରିଜ ଉପରେ ଥୁଆ ହୋଇଛି। ସେପଟେ ଛାତ୍ର ଜଣକ ନିଜେ ପଡିଗଲେ ନା ତାଙ୍କୁ କିଏ ଠେଲିଦେଲେ ସେନେଇ ସମ୍ବଲପୁର ଟାଉନ ପୋଲିସ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.