Below header

ଭାରତରେ ଲଞ୍ଚ ହେଲା Apple One ସର୍ଭିସ, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଆପଲ ନିଜର ନୂଆ ସେବା ଭାରତରେ ଲଞ୍ଚ କରିଛି। ଆପଲ ଏହି ସେବାର ନାମ Apple One ରଖିଛି। ଯାହା ଏକ ସବସ୍କ୍ରିପସନ ଆଧାରିତ ସେବା। ଏହି ସେବା ମାଧ୍ୟମରେ ଆପଣଙ୍କୁ ଆପଲ ମ୍ୟୁଜିକ୍, ଆପଲ ଟିଭି ପ୍ଲସ, ଆପଲ ଆରକେଡ ଏବଂ iCloud ଷ୍ଟୋରେଜ ଭଳି ସେବା ମିଳିବ। Apple One କୁ ଭାରତରେ ଦୁଇଟି ଭାରିଅଣ୍ଟରେ ଲଞ୍ଚ କରାଯାଇଛି। ଯେଉଁଥିରେ ନିଜସ୍ବ ଏବଂ ଫ୍ୟାମିଲି ପ୍ଲାନ ମଧ୍ୟ ସାମିଲ ରହିଛି।

ଆପଲ ୱାନର ଏହି ନିଜସ୍ବ ପ୍ଲାନର ମୂଲ୍ୟ ୧୯୫ ଟଙ୍କା ପ୍ରତି ମାସ ରହିଥିବା ବେଳେ ଫ୍ୟାମିଲି ପ୍ୟାକର ମୂଲ୍ୟ ୩୬୫ ଟଙ୍କା ରହିଛି। ୧୯୫ ଟଙ୍କିଆ ପ୍ଲାନରେ Apple music, Apple Tv +, Apple Arcade ଏବଂ iCloud ସହିତ ୫୦ ଜିବି ଷ୍ଟୋରେଜ ମଧ୍ୟ ମିଳିବ। ସେହିପରି ୩୯୫ ଟଙ୍କିଆ ପ୍ଲାନରେ Apple music, Apple Tv +, Apple Arcade ଏବଂ iCloud ସହିତ ୨୦୦ ଜିବିର ଷ୍ଟୋରେଜ ମିଳିବ। ଫ୍ୟାମିଲି ପ୍ୟାକରେ ୬ ଲୋକଙ୍କ ସହିତ ଆଇଡି ସେୟାର କରାଯାଇପାରିବ।

apple one

Apple One ପାଇଁ କେମିତି କରିବେ ସାଇନଅପ୍:

ଆପଲ ୱାନରେ ସାଇନ ଅପ୍ ପାଇଁ ଆପ୍ ଷ୍ଟୋରକୁ ଯିବାକୁ ପଡିବ। ତା’ ପରେ ନିଜ ପ୍ରୋଫାଇଲରେ କ୍ଲିକ କରିବା ପରେ ସବସ୍କ୍ରିପସନର ବିକଳ୍ପ ଉପରେ କ୍ଲିକ କରନ୍ତୁ। ଏହାପରେ ସେଠାରେ ଥିବା Try It Now ଏବଂ Get Apple Oneର ବିକଳ୍ପ ମିଳିବ। ଲଚିଂ ଅଫରରେ କମ୍ପାନୀ ଆପଣଙ୍କୁ ଗୋଟେ ମାସର ସର୍ଭିସ ମାଗଣାରେ ମଧ୍ୟ ଯୋଗାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.