Below header

ଆଜି କ୍ରେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା

ଭୁବନେଶ୍ବର: ଆଜି ଭାରତ ବନ୍ଦ ଡାକରା। କ୍ରେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ବେରୋଜଗାରୀ, ଶ୍ରମ ଆଇନ କୋଅର୍ଡିଫିକେସନ, ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ପ୍ରତିବାଦ ସମେତ ୧୨ ଦଫା ଦାବିରେ ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି । ବନ୍ଦ ପ୍ରଭାବରେ ଯାନବାହନ ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରାଯାଇଛି। ଏହାସହ ଟ୍ରେନ୍‌ ଚଳାଚଳ ମଧ୍ୟ ବନ୍ଦ ରହିଛି। କର୍ମୀମାନେ ରେଳ ଧାରଣା ଉପରେ ବସିରହି ରେଳରୋକ କରିଛନ୍ତି। ତେବେ ଆଜି ଚଳାଚଳ କରିବ ‘ମୋ ବସ୍‌’। ଯଦି ବିକ୍ଷୋଭକାରୀ କିଛି ଅଘଟଣ ଘଟାଇବେ , ତେବେ ପୋଲିସର ସହାୟତା ନିଆଯିବ ।

bharat_bandhସେହିପରି ଘରୋଇ ବସ୍‌ ମାଲିକ ସଂଘ କହିଛି, ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ । କଟକ ଅଟୋ ସଂଘ ଅଟୋ କିନ୍ତୁ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଏହାସହ ସର୍ବନିମ୍ନ ବେତନ ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବି ମଧ୍ୟ ରହିଛି । ଦେଶରେ ଦେଖାଯାଇଥିବା ଉତ୍କଟ ଆର୍ଥିକ ମାନ୍ଦାବସ୍ଥା ଓ ଏହାର ପ୍ରଭାବ ନେଇ ଧର୍ମଘଟର ଡାକରା ଦିଆଯାଇଛି । ଭାରତ ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କୁ ମଧ୍ୟ ପ୍ରତିରୋଧ କରାଯିବନି । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ଆହ୍ଵାନ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.