Below header

ପୁଣି କମିଲା ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ଦାମ୍‌, ଜାଣନ୍ତୁ କେଉଁଠି କେତେ ରହିଛି ଦାମ ?

ରବିବାର ଠାରୁ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ଆଜି ଗ୍ରାହକଙ୍କୁ ଏକ ଲିଟର ପେଟ୍ରୋଲ ଏବଂ ଡିଜେଲ ପିଛା ଯଥାକ୍ରମେ ୩୦ ଏବଂ ୨୫ ପଇସା କମ୍ ଟଙ୍କା ଦେବାକୁ ହେବ। ସୂଚନା ମୁତାବକ, ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର କମ୍‌ ହେବ।

pp

ସେହିଭଳି ଆର୍ନ୍ତଜାତୀୟ ବଜାରେ ଅଶୌଧିତ ତୈଳ ଦାମ୍‌ କମିବାରେ ଲାଗିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା କମ୍ ହୋଇଥିବା ବେଳେ ପେଟ୍ରୋଲର ମୂଲ୍ୟ ୭୦.୨୯ ଟଙ୍କା, କୋଲକତାରେ ୭୨.୯୮ ଟଙ୍କା, ମୁମ୍ବାଇରେ ୭୫.୯୯ ଟଙ୍କା ପ୍ରତି ଲିଟର ରହିଛି। ସେହିପରି ଚେନ୍ନାଇରେ ୭୩.୦୨ ଟଙ୍କା ପ୍ରତି ଲିଟର ରହିଛି। ସୋମବାର ଠାରୁ ୨୩ ପଇସାରୁ ୨୫ ପଇସା ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଦିଲ୍ଲୀରେ ଗତ ୬ ମାସରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ କମିବାରେ ଲାଗିଛି।  ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହେଉଛି। ପୂର୍ବରୁ ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ଦାମ ପାଞ୍ଚ ଟଙ୍କା କମ୍ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.